Alternate Road to Be Built: କନ୍ଧମାଳ ଜିଳ୍ଳାର ଲାଇଫ୍ ଲାଇନ୍ ଏବେ ବିପଦରେ , ନିର୍ମାଣ ହେବ ବିକଳ୍ପ ରାସ୍ତା

କଳିଙ୍ଗାଘାଟିରେ ଭୂସ୍ଖଳନକୁ ବିତିଗଲାଣି ଏକମାସ। ଏବେବି ଘାଟିରେ ଯାତାୟାତ ବନ୍ଦ୍ ରହିଛି। ଭୂସ୍ଖଳନ ସ୍ଥାନରେ ଏକ ଅଣଓସାରିଆ ରାସ୍ତା ନିର୍ମାଣ ସରିଛି। କିନ୍ତୁ ଯାତାୟତ ସ୍ବଭାବିକ ହୋଇପାରିନି।ବିକଳ୍ପ ରାସ୍ତା ବାହାର କରି କିଭଳି ଗମନାଗମନ ସ୍ବାଭାବିକ ହୋଇପାରିବ

KALIGA-GHATI-NEW-ROAD

KALIGA-GHATI-NEW-ROAD Photograph: (OTV)

କନ୍ଧମାଳ ଜିଳ୍ଳାର ଲାଇଫ୍ ଲାଇନ୍ ଏବେ ବିପଦରେ । ଭୁସ୍ଖଳନ ପାଇଁ ଡରିକି ଅଛନ୍ତି ।ଯାତାୟତ ପୁରା ଠପ୍ । ବଡ ବଡ ପଥର ଦେଖିଲେ ଡର ଲାଗୁଛି , କାଳେ ଯିବାବେଳେ ପୁଣି ମାଡି ଆସିବ । ଗୋଟେ ପଥର ଗଡିଲେ ପଛକୁ ପଛ  ଖସିବ ଅନେକ ପଥର ଭୂସ୍ଖଳନ ପାଇଁ ଅସୁବିଧାରେ ଲୋକମାନେ । ଡରି ଡରି ଯାତାୟତ କରୁଛନ୍ତି । ପୁଣି ଯଦି ପଥର ଧିସିଯିବ ତାହେଲେ କଣ କରିବେ ।

କଳିଙ୍ଗାଘାଟିରେ ଭୂସ୍ଖଳନକୁ ବିତିଗଲାଣି ଏକମାସ। ଏବେବି ଘାଟିରେ ଯାତାୟାତ ବନ୍ଦ୍ ରହିଛି। ଭୂସ୍ଖଳନ ସ୍ଥାନରେ ଏକ ଅଣଓସାରିଆ ରାସ୍ତା ନିର୍ମାଣ ସରିଛି। କିନ୍ତୁ ଯାତାୟତ ସ୍ବଭାବିକ ହୋଇପାରିନି।ବିକଳ୍ପ ରାସ୍ତା ବାହାର କରି କିଭଳି ଗମନାଗମନ ସ୍ବାଭାବିକ ହୋଇପାରିବ ସେଥିପାଇଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଅଣ୍ଟା ଭିଡିଛନ୍ତି। ଜଙ୍ଗଲ ମଧ୍ୟରେ ଯାଇଥିବା ଖାଲଢ଼ିପ ପଥରୁଆ ରାସ୍ତା ରେ ଚାଲି ଚାଲି ନୂଆ ରାସ୍ତା କିଭଳି ନିର୍ମାଣ ହୋଇପାରିବ ତାହାର ସମୀକ୍ଷା କରିଛନ୍ତି। 

ଉପଜିଲ୍ଲାପାଳ,ବନଖଣ୍ଡ ଅଧିକାରୀ, ଏସ ଡି ପିଓ, ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରି ପରିଦର୍ଶନରେ ସାମିଲ ଥିଲେ। କନ୍ଧମାଳ ଜିଲ୍ଲାର ଲାଇଫ ଲାଇନ୍ କୁହାଯାଉ ଥିବା କଳିଙ୍ଗାଘାଟି ଏବେ ସମ୍ପୂର୍ଣ ବିପଦରେ ଥିବାରୁ ଲୋକେ ଯା ଆସ କରିବାକୁ ନିରାପଦ ମଣୁ ନାହାନ୍ତି। 



ତେଣୁ ବାଲିଆପଟା ଠାରୁ ଦୁର୍ଗାପ୍ରସାଦ ଯାଏଁ ଲମ୍ବିଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ମରାମତି କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ସାଥିରେ ନେଇ ବିକଳ୍ପ ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ପରେ ନୂତନ ରାସ୍ତା ନିର୍ମାଣ ସମ୍ଭବ ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବ ଦେବା ସହ ନୁଆ ରାସ୍ତା ନିର୍ମାଣ ଖୁବଶିଘ୍ର ଆରମ୍ଭ ହେବ ବୋଲି କହିଛନ୍ତି ବିଧାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ