Advertisment

ବଢ଼ୁଛି କରୋନା ସଂକ୍ରମଣ, BMC ନେଲା ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜଧାନୀରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଯାଇଛି। ଫଳରେ ଧାର୍ମିକ ଅନୁଷ୍ଠାନକୁ ଆଉ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ଆସନ୍ତାକାଲିଠୁ ଏହି ନିୟମ ଲାଗୁ ହେବ। ତେବେ ଧର୍ମାନୁଷ୍ଠାନରେ କେବଳ ନୀତିକାନ୍ତିକୁ ଅନୁମତି […]

ବଢ଼ୁଛି କରୋନା ସଂକ୍ରମଣ, BMC ନେଲା ବଡ଼ ନିଷ୍ପତ୍ତି

temple

Advertisment

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପର ମୁହାଁ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଏକ ବଡ଼ ନିଷ୍ପତ୍ତି ନେଇଛି। ରାଜଧାନୀରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଯାଇଛି। ଫଳରେ ଧାର୍ମିକ ଅନୁଷ୍ଠାନକୁ ଆଉ ଶ୍ରଦ୍ଧାଳୁମାନେ ପ୍ରବେଶ କରିପାରିବେ ନାହିଁ। ଆସନ୍ତାକାଲିଠୁ ଏହି ନିୟମ ଲାଗୁ ହେବ।

Advertisment

ତେବେ ଧର୍ମାନୁଷ୍ଠାନରେ କେବଳ ନୀତିକାନ୍ତିକୁ ଅନୁମତି ମିଳିବ। ଆଜି ବିଭିନ୍ନ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା  ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଭୁବନେଶ୍ୱରରେ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ବ୍ୟାନ୍‌ ଲଗାଯାଇଛି। ଶ୍ରଦ୍ଧାଳୁମାନେ ଧାର୍ମିକ ଅନୁଷ୍ଠାନ ଗୁଡ଼ିକରେ ପ୍ରବେଶ କରିପାରିବେ ନାହିଁ। ସମସ୍ତ ସ୍ଥାନରେ କେବଳ ସାଧାରଣ ନୀତିକାନ୍ତି ଅନୁଷ୍ଠିତ ହେବ। ସ୍ଥିତିରେ ସୁଧାର ଆସିଲେ କଟକଣା କୋହଳ ହେବ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ।’

ସେପଟେ ଆଜି ଅଶୋକାଷ୍ଟମୀ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏନେଇ ୧୪୪ ଧାରା ଜାରି ହୋଇଛି। କରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ରୁକୁଣା ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ସେହିପରି କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଚଳିତ ବର୍ଷର ପୁରୀ ସାହିଯାତ। କମ୍ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ସାହିଯାତ କରିବା ନେଇ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨୧ ଶ୍ରୀରାମ ନବମୀରୁ ମେ’ ୪ ତାରିଖ ରାମାଭିଷେକ ପର୍ଯ୍ୟନ୍ତ ସାହିଯାତ ଅନୁଷ୍ଠିତ ହେବ।

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୭୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। 

କରୋନା ସଂକ୍ରମଣରେ ବ୍ରେକ୍‌ ଦେବା ଲାଗି ଭୁବନେଶ୍ୱର ମହାନଗର ନିଗମ ପୂର୍ବ ବର୍ଷ ଭଳି ଏଥର ମଧ୍ୟ ସମାନ ରଣକୌଶଳ ଆପଣାଇଛି। ଜନ ସମାଗମ ଓ ଭିଡ଼ ନିୟନ୍ତ୍ରଣ ପାଇଁ ହାଟ ବଜାରର ବିକେନ୍ଦ୍ରୀକରଣ କରିବା ଆରମ୍ଭ କରିଛି ବିଏମ୍‌ସି। ଏହାସହ ହାଟ ବଜାରରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଇଛି। ଯେଉଁମାନେ ନିୟମ କରିବେ ସେମାନଙ୍କର ଦୋକାନ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଟକଣା କଡ଼ାକଡ଼ି କରାଯାଇଛି। ଏନେଇ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ବିଏମ୍‌ସି କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Advertisment
COVID-19 Guidelines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ