କାଲିର ବିଧାନସଭା ବଜେଟ୍ ଅଧିବେଶନ ପାଇଁ ବସିଥିଲା ସର୍ବଦଳୀୟ ବୈଠକ Photograph: (OTV)
କାଲିର ବିଧାନସଭା ବଜେଟ୍ ଅଧିବେଶନ ପାଇଁ ବସିଥିଲା ସର୍ବଦଳୀୟ ବୈଠକ। ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହାସହ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଉପସ୍ଥିତ ଥିଲେ।
ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ବିଧାୟକ ଜୟନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ। ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାପାଇଁ ବାଚସ୍ପତି ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କ ସହଯୋଗ ଲୋଡ଼ିଛନ୍ତି। ବିଧାନସଭା ପରିସରରେ ବସିଥିଲା ଏହି ବୈଠକ।ଫେବୃୟାରୀ ୧୭ ରୁ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନ।
ବଜେଟ ଅଧିବେଶନରେ ମୋଟ ୨୮ ଟି କାର୍ଯ୍ୟଦିବସ ରହିଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଆସନ୍ତା ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
- ଆଗାମୀ ବଜେଟ୍ ଅଧିବେଶନ ପାଇଁ ବସିଥିଲା ସର୍ବଦଳୀୟ ବୈଠକ
- ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଥିଲେ ଉପସ୍ଥିତ
- ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ଥିଲେ
- ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଓ ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ
- ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/16/all-party-meeting-2026-02-16-16-07-30.jpg)