Advertisment

ଭାଇରସ୍‌ର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି: ଆଇଏଲ୍‌ଏସ୍

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ ଲୋକମାନଙ୍କୁ ନୁହେଁ ଶିଶୁମାନଙ୍କୁ ମଧ୍ୟ ସଂକ୍ରମଣ କରିପାରେ କିନ୍ତୁ ତୃତୀୟ ଲହର ଆସିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି…

ଅଦ୍ୟତନ ହୋଇଛି
ଭାଇରସ୍‌ର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି: ଆଇଏଲ୍‌ଏସ୍

ils

Advertisment

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହୋଇପାରନ୍ତି। କରୋନା ଭୂତାଣୁ କେବଳ ବଡ ଲୋକମାନଙ୍କୁ ନୁହେଁ ଶିଶୁମାନଙ୍କୁ ମଧ୍ୟ ସଂକ୍ରମଣ କରିପାରେ କିନ୍ତୁ ତୃତୀୟ ଲହର ଆସିବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି। କୋଭିଡ୍ କଟକଣା, ଟିକାକରଣ ଓ ଭୂତାଣୁର ପରିବର୍ତ୍ତିତ ସଂକ୍ରମଣ ଉପରେ ତୃତୀୟ ଲହର ନିର୍ଭର କରିବ।

Advertisment

ଭାଇରସର ମ୍ୟୁଟାଣ୍ଟରେ ପରିବର୍ତ୍ତନ ହେଉଛି। ଆଗକୁ ମଧ୍ୟ ପରିବର୍ତ୍ତନ ହୋଇପାରେ। ଏବେ ଭାରତର ୨୮ଟି ଲ୍ୟାବରେ ଜିନମ ସିକ୍ୱେନସିଂ କରାଯାଉଛି। ଏହାଦ୍ୱାରା ଭାଇରସର ମ୍ୟୁଟାଣ୍ଟରେ କିପରି ପରିବର୍ତ୍ତନ ହେବ ଓ ଏହାର ପରିବର୍ତ୍ତିତ ରୂପ କଣ ହେବ ସେ ବିଷୟରେ ଜାଣିପାରିବା ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି।

ଓଡ଼ିଶାରେ ସଂକ୍ରମଣ ହାର କମିବା ନେଇ DMET ସିବିକେ ମହାନ୍ତି କହିଛନ୍ତି ରାଜ୍ୟରେ ପଜିଟିଭିଟି ହାର କମୁଛି, ଆଗକୁ ଆହୁରି କମିବାର ସମ୍ଭାବନା ରହିଛି । ସଂକ୍ରମଣ ରୋକିବାକୁ ଏବେ ଲକଡାଉନ ଓ ଅନଲକ୍‌ ବ୍ୟବସ୍ଥା ଏକ ନିୟମିତ ପ୍ରକ୍ରିୟା ହୋଇଯାଇଛି । ସଂକ୍ରମିତ ସଂଖ୍ୟା ଆଗକୁ କମିବ ବୋଲି ଆଶା ରହିଛି ସତ ହେଲେ ତାହା କେବଳ ଲୋକଙ୍କ ବ୍ୟବହାର ପରେ ନିର୍ଭର କରେ । ଲୋକ ସଚେତନ ରହିବା ଆବଶ୍ୟକ ।

Advertisment

ପରିସ୍ଥିତି ଉପରେ ତର୍ଜମା କରାଯାଇ ଅନ୍‌ଲକ୍ ପ୍ରକ୍ରିୟା ଅନୁଧ୍ୟାନ କରାଯିବ । ଭାଇରସର ବହୁତ ମ୍ୟୁଟାଣ୍ଟ ରହିଛି । ସେଥିରୁ ଡେଲଟା ପ୍ରଜାତି ଅଧିକ ଇଫେକ୍ଟିଭ ବୋଲି କହିଛନ୍ତି ସିବିକେ ମହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ