Advertisment

Journalist’s Shocking Confession: “ମଦ ମୋ ଜୀବନ ଧ୍ୱଂସ କରିଦେଲା” — ଲିଭର ସିରୋସିସରେ ପୀଡ଼ିତ ସାମ୍ବାଦିକଙ୍କ ଆକୁଳ ନିବେଦନ

ମଦ କେତେ ମାରାତ୍ମକ, ଯିଏ ଭୋଗିଛି ସିଏ ଜାଣିଛି। ହୁଏତ ମୁହୁର୍ତ୍ତକ ପାଇଁ ଖୁସି ଦେଇଥାଏ, ଇନ୍ଦ୍ରିୟ ସୁଖ ମିଳିଥାଏ। ହେଲେ କେତେ ଘାତକ ଏହି ମଦ, ତାହା ଭୁବନେଶ୍ୱରର ଜଣେ ଯୁବ ସାମ୍ବାଦିକଙ୍କ ଅଙ୍ଗେନିଭା କାହାଣୀରୁ ସ୍ପଷ୍ଟ ବାରି ହୋଇପଡେ।

Journalist’s Shocking Confession

“ମଦ ମୋ ଜୀବନ ଧ୍ୱଂସ କରିଦେଲା” Photograph: (OTV)

Advertisment

ମଦ କେତେ ମାରାତ୍ମକ, ଯିଏ ଭୋଗିଛି ସିଏ ଜାଣିଛି। ହୁଏତ ମୁହୁର୍ତ୍ତକ ପାଇଁ ଖୁସି ଦେଇଥାଏ, ଇନ୍ଦ୍ରିୟ ସୁଖ ମିଳିଥାଏ। ହେଲେ କେତେ ଘାତକ ଏହି ମଦ, ତାହା ଭୁବନେଶ୍ୱରର ଜଣେ ଯୁବ ସାମ୍ବାଦିକଙ୍କ ଅଙ୍ଗେନିଭା କାହାଣୀରୁ ସ୍ପଷ୍ଟ ବାରି ହୋଇପଡେ। ମଦ ତାଙ୍କୁ କେମିତି ଶାରିରୀକ ଭାବେ ସର୍ବନାଶ କରିଦେଇଛି, ସେ ନିଜ ମୁହଁରେ ନିଜେ ବଖାଣିବା ସହ ସମସ୍ତଙ୍କୁ କହିଛନ୍ତି ମଦଠୁ ଦୂରେଇ ରହିବାକୁ। 

Advertisment

ଏହି ଯୁବ ସାମ୍ବାଦିକ ଜଣଙ୍କ ହେଲେ ତାପସ ଦାସ । ଦୟାକରି ଆଉ କେହି ମଦ ପିଅନ୍ତୁ ନାହିଁ । ମଦ ପିଇ ମୋ ଅବସ୍ଥା ଏମିତି ହୋଇଛି ବୋଲି ସେ କହିଛନ୍ତି ।  ଭୁବନେଶ୍ୱରରେ କାମ କରୁଥିବା ଜଣେ ଯୁବ ସାମ୍ବାଦିକ ତାପସ । ନିଜ ମୁହଁରେ ସେ ସ୍ୱୀକାର କରୁଛନ୍ତି ମଦ ପାଇଁ ତାଙ୍କର ଏହି ଅବସ୍ଥା । ମଦ ହିଁ ତାଙ୍କୁ ସର୍ବନାଶ କରିଦେଇଛି ।

ଏବେ ସେ ଦୂରାରୋଗ୍ୟ ଲିଭର ସିରୋସିସରେ ଆକ୍ରାନ୍ତ । ଲମ୍ବା ଚିକିତ୍ସା ପରେ ଏବେ ସେ ସାମାନ୍ୟ ସୁସ୍ଥ ହୋଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଆଉ ଏହି ଭିଡିଓ ମାଧ୍ୟମରେ ଜଣାଇଛନ୍ତି ମଦ ହିଁ ତାଙ୍କ ଜୀବନ, କ୍ୟାରିଅର, ପରିବାର ସବୁକିଛି ବରବାଦ କରିଦେଇଛି । ମଦ କବଳରେ ପଡ଼ି ସେ ସବୁକିଛି ହରାଇଛନ୍ତି । ତାଙ୍କ ଭଳି କେହି ହୁଅନ୍ତୁନି। ମଦ ଛାଡନ୍ତୁ ବୋଲି ତାପସ କହିଛନ୍ତି।

Advertisment

ଅନ୍ୟପକ୍ଷରେ ମଦ ହିଁ ଲିଭର ସିରୋସିସର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଯକୃତ ରୋଗ ବିଶେଷଜ୍ଞ ତଥା ତାପସଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସଂଜୀବ କର। ଲିଭରରେ ଚର୍ବି ଜମା କରେ ମଦ । ଲିଭରରେ ଚର୍ବି ଜମିଗଲେ ଧିରେ ଧିରେ ତାହା ନଷ୍ଟ କରି ଚାଲେ। ମଦ ପିଇ ଚାଲିଲେ ଲିଭରକୁ ତାହା ଅଧିକ ନଷ୍ଟ କରି କ୍ରମେ ଲିଭର ସିରୋସିସ ହୋଇଯାଏ । ଏହାଦ୍ୱାରା ଲିଭର ଆଉ ପୂର୍ବ ଅବସ୍ଥାକୁ ଆସିପାରେ ନାହିଁ । ମଦ ବନ୍ଦ କଲେ କିଛିକାଂଶରେ ରୋଗକୁ ରୋକାଯାଇପାରିବ । ଥରେ ଲିଭର ସିରୋସିସ ହେଲେ ଆରୋଗ୍ୟ ସମ୍ଭାବନା ବହୁତ କମ ବୋଲି କହିଛନ୍ତି ଡାକ୍ତର କର। 

ଅସନ୍ତୁଳିତ ଲାଇଫଷ୍ଟାଇଲ ଏବେ ଯୁବପିଢ଼ି ପାଇଁ କାଳ ସାଜିଛି । ସାଙ୍ଗସାଥି ମେଳରେ ପଡ଼ି ପ୍ରଚୁର ମଦ ପିଇବା, ଡେରି ରାତିଯାଏ ପାର୍ଟି କରିବା, ଷ୍ଟ୍ରେସ ରହିବା କାରଣରୁ ଅନେକ ଦୂରାରୋଗ୍ୟରେ ପୀଡ଼ିତ ହେଉଛନ୍ତି ଆଜିର ଯୁବପିଢି। ଏଭଳି ସ୍ଥଳେ ତାପସଙ୍କ ନିବେଦନ କୁପଥଗାମୀ ଅନେକ ଯୁବକଙ୍କୁ ଭଲ ରାସ୍ତାକୁ ଫେରାଇ ଆଣିବା ଆଶା ରହିଛି। 

Advertisment
Health Awareness Alcohol Addiction Liver Cirrhosis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ