AIR-POLLUTION Photograph: (OTV)
କଟକଣାକୁ ଫୁ କରି ଫୁଟିଲା ବେପରୁଆ ବାଣ। ଚରମ ସୀମାରେ ବାୟୁ ପ୍ରଦୂଷଣ। ଦୀପାବଳିରେ ରାଜଧାନୀ ଦିଲ୍ଲୀକୁ ବି ଟପିଗଲା ଟୁଇନସିଟି ପ୍ରଦୂଷଣ ସ୍ତର। ଗତ ରାତିରେ ଭୁବନେଶ୍ବର ଓ କଟକରେ ଏୟାର କ୍ବାଲିଟି ଇଣ୍ଡେକ୍ସ ଅତ୍ୟନ୍ତ ଖରାପ ସ୍ତରରେ ଅର୍ଥାତ୍ 650 ଟପି ଯାଇଥିଲା ବେଳେ ଅନ୍ୟ ସହରରେ ବାୟୁର ମାନ ବି ଅତି ନିମ୍ନ ସ୍ତରରେ ପହଞ୍ଚିଥିଲା। ଯାହାକୁ ନେଇ ଚିନ୍ତା ବଢ଼ିଥିଲା ବେଳେ ଏକ୍ଷେତ୍ରରେ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ପରିବେଶବିତ୍।...
ଢୋ ଢା ବାଣଫୁଟା...ଧୂଆଁ ଧୂଆଁ ସହର...କିଛି କ୍ଷଣରେ ବିଷ ପାଲଟିଲା ପବନ, ପରିବେଶ...ଭୟଙ୍କର ଶବ୍ଦ ଓ ବାୟୁ ପ୍ରଦୂଷଣ.. ସ୍ଥିତି ଏମିତି ଦୀପାବଳି ବାଣଫୁଟା ଯୋଗୁଁ ରାଜଧାନୀ ଦିଲ୍ଲୀକୁ ଟପିଗଲା ଆମ ରାଜଧାନୀ ଭୁବନେଶ୍ବର ଓ କଟକର ପ୍ରଦୂଷଣ ସ୍ତର। ଗତକାଲି ରାତି 7ଟାରେ ରାଜଧାନୀ ଭୁବନେଶ୍ବରର ଏୟାର କ୍ବାଲିଟି ଇଣ୍ଡେକ୍ସ ବା ଏକ୍ୟୁଆଇ ଭ୍ୟାଲ୍ୟୁ 657। ମାନେ ବାୟୁର ମାନ ଅତ୍ୟନ୍ତ ଖରାପ, ଏକଦମ୍ ରୁନ୍ଧି ହେଇଗଲା ଭଳି ସ୍ଥିତି। ଠିକ୍ ସେଇ ସମୟରେ କଟକ ସ୍ଥିତି ବି ତଦ୍ରୁପ। ଏକ୍ୟୁଆଇ 642।....
ବଡ଼ କଥା ହେଉଛି ପ୍ରଦୂଷଣ ସହର ପାଇଁ ବଦନାମ୍ ଦିଲ୍ଲୀ ସହରରେ ବି କାଲି 6 ଶହ ଛୁଇଁନି ଏକ୍ୟୁଆଇ। ରାତି 11ଟା ବେଳେ ଦିଲ୍ଲୀରେ ପ୍ରଦୂଷଣର ସର୍ବୋଚ୍ଚ ସ୍ତର ଥିଲା 588। ଏପଟେ ରାଜ୍ୟ ପ୍ରଦୂଷଣ ବିଭାଗର ସୂଚନା ଅନୁଯାୟୀ ଦିନ 2ଟାରୁ ରାତି 10ଟା ସୁଦ୍ଧା ଭୁବନେଶ୍ବରର ହାରାହାରି ଏକ୍ୟୁଆଇ ବି 360 ଉପରେ ରହିଥିଲା। ଯାହା ଭେରି ପୁଅର୍ ବା ଅତି ଖରାପ ପର୍ଯ୍ୟାୟର। ଖାଲି କଟକ ଭୁବନେଶ୍ବର ନୁହେଁ ରାଉରକେଲାରେ ପ୍ରଦୂଷଣ ସ୍ଥିତି ବି କାଲି ରାତି 10ଟାରେ 579 ଛୁଇଁଥିଲା। ଏମିତିକି ଆଜି ବି ରାଜ୍ୟର ଅନେକ ସହରରେ ବାୟୁ ପ୍ରଦୂଷଣ ମାତ୍ରା ଖରାପ ସ୍ତରରେ ରହିଛି।...ଭୁବନେଶ୍ବରରେ ଆଜି ସକାଳର ଦୃଶ୍ୟ ଥିଲା ଭୟଙ୍କର।...
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବା କଥା, ଦୀପାବଳିରେ ଯଦିଓ ଗ୍ରୀନ୍ କ୍ରାକର ଫୁଟାକୁ ବାଧ୍ୟତାମୂଳକ କରାଯାଇଛି, ତା ସତ୍ତ୍ବେ ବି ସବୁଜ ବାଣ ଚିହ୍ନଟ ପାଇଁ ବ୍ୟବସ୍ଥା ନଥିବାରୁ ବଜାରରେ ଏବେ ବି ବହୁଳ ଭାବେ ପାରମ୍ପରିକ ବାଣ ହିଁ ବିକ୍ରି ହେଉଛି। ଯାହା ଫଳରେ ଏ ସ୍ଥିତି।...
ପ୍ରଦୂଷଣ କମାଇବା ଉଦ୍ଦେଶ୍ୟରେ କେବଳ ଦୀପାବଳିରେ ଗ୍ରୀନ୍ କ୍ରାକରର ବ୍ୟବହାର ସହ ମାତ୍ର ଦୁଇ ଘଣ୍ଟା ପାଇଁ ବାଣଫୁଟା ସମୟ ଧାର୍ଯ୍ୟ କରାଯାଇଥିଲା। ରାତି 7ରୁ 9 ଭିତରେ ବାଣ ଫୁଟାଇବାର ନିର୍ଦ୍ଦେଶ ଥିଲା। ହେଲେ କଟକଣା ତା ବାଟରେ, ବାଣ ଫୁଟୁଥିଲା ତା ବାଟରେ। ନା କିଏ ମାନିବାକୁ ପ୍ରସ୍ତୁତ ଥିଲେ, ନା କିଏ ଜଗିବାକୁ ଥିଲା।
ନିୟମର ଧଜିଆ ଉଡ଼ାଇ ଦିନରୁ ଅଳ୍ପ ଅଳ୍ପ ହୋଇ ସଂଜରୁ ରାତି 12 ଯାଏଁ ନିର୍ଧୁମ୍ ବାଣ ଫୁଟି ଚାଲିଥିଲେ ବି କେଉଁଠି ବି ପୋଲିସ ପ୍ରଶାସନର ହସ୍ତକ୍ଷେପ ଦେଖିବାକୁ ମିଳି ନଥିଲା ବୋଲି ଅଭିଯୋଗ ହୋଇଛି।...ଏଭଳି ସ୍ଥଳେ ରାଜ୍ୟରେ ପ୍ରଦୂଷଣ ମାତ୍ର ବୃଦ୍ଧି ନେଇ ପ୍ରଶାସନର ଉଦାସୀନତା ଓ ଜନସାଧାରଣଙ୍କ ବେଖାତିର ଭାବକୁ ଦାୟୀ କରିଛନ୍ତି ପରିବେଶବିତ୍।..
ଏପଟେ ଦୀପାବଳି ପରେ ପରେ ଦିଲ୍ଲୀ ବାୟୁ ବି ବିଷାକ୍ତ ହୋଇଯାଇଛି। ପ୍ରଦୂଷଣ ଧୂଆଁର ଚାଦରରେ ଯେମିତି ଢାଙ୍କି ହୋଇଯାଇଛି ରାଜଧାନୀ। NCRର ବିଭିନ୍ନ ସ୍ଥାନରେ AQI ସ୍ତର ଆଜି ବି ୫୦୦ ଉପରେ ଥିବାରୁ ଦିଲ୍ଲୀ-ଏନସିଆରରେ ଗ୍ରାପ୍-୨ କଟକଣା ଲାଗୁ ହୋଇଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/21/air-pollution-2025-10-21-19-57-02.jpg)