Advertisment

AIIMS Bhubaneswar Struggles as Bed: ଏମ୍ସରେ ଦୟନୀୟ ସ୍ଥିତି; ରୋଗୀ ମାଳମାଳ, ବେଡ୍ ନାହିଁ

ଭୁବନେଶ୍ୱର ଏମ୍ସରେ ରୋଗୀଙ୍କୁ, ରୋଗଠୁ ବି ଅଧିକ ଯନ୍ତ୍ରଣା ଦେଉଛି ବେଡ୍ ଅଭାବ। ସ୍ୱଳ୍ପ ସଂଖ୍ୟକ ଆଇସିୟୁ ଯୋଗୁଁ ଗୁରୁତର ରୋଗୀ ହୀନସ୍ତା ଭୋଗୁଛନ୍ତି। ଏମିତି ହେଉଛି ଯେ ଘଣ୍ଟା ଘଣ୍ଟା ହ୍ୱିଲ ଚେୟାର ନହେଲେ ଷ୍ଟ୍ରେଚରରେ ରୋଗୀ ଅପେକ୍ଷା କରୁଥିବା ଅଭିଯୋଗ ହେଉଛି।

AIIMS Bhubaneswar Struggles as Bed

ଏମ୍ସ ଭୁବନେଶ୍ୱରରେ ବେଡ୍ ସଙ୍କଟ, ଆଇସିୟୁ ନ ମିଳି ରୋଗୀ ହୀନସ୍ତା ଭୋଗୁଛନ୍ତି Photograph: (OTV)

Advertisment

ଭୁବନେଶ୍ୱର ଏମ୍ସରେ ରୋଗୀଙ୍କୁ, ରୋଗଠୁ ବି ଅଧିକ ଯନ୍ତ୍ରଣା ଦେଉଛି ବେଡ୍ ଅଭାବ। ସ୍ୱଳ୍ପ ସଂଖ୍ୟକ ଆଇସିୟୁ ଯୋଗୁଁ ଗୁରୁତର ରୋଗୀ ହୀନସ୍ତା ଭୋଗୁଛନ୍ତି। ଏମିତି ହେଉଛି ଯେ ଘଣ୍ଟା ଘଣ୍ଟା ହ୍ୱିଲ ଚେୟାର ନହେଲେ ଷ୍ଟ୍ରେଚରରେ ରୋଗୀ ଅପେକ୍ଷା କରୁଥିବା ଅଭିଯୋଗ ହେଉଛି। ଦୈନିକ ୫ ହଜାରରୁ ଅଧିକ ରୋଗୀ ଏମ୍ସକୁ ଆସୁଥିବା ବେଳେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଆଇସିୟୁ କି ବେଡ୍ ନ ଥିବାରୁ ଅସନ୍ତୋଷ ତେଜୁଛି। ବିଶେଷ କରି ପଶ୍ଚିମବଙ୍ଗରୁ ଅଧିକ ପେସେଣ୍ଟ ଆସୁଥିବାରୁ ସମସ୍ୟା ବଢୁଛି ବୋଲି ଅଭିଯୋଗ ହୋଇଛି। 

Advertisment

ବ୍ରେନ୍ ଷ୍ଟ୍ରୋକ ପରେ ନିଜ ବାପାଙ୍କୁ ଧରି ନୂଆପଡ଼ାରୁ ଜଣେ ପୁଅ ଧାଇଁ ଆସିଥିଲେ ଭୁବନେଶ୍ୱର ଏମ୍ସ। ମଙ୍ଗଳବାର ରାତିରୁ ସକାଳ ୬ଟା ଯାଏଁ ନା ବେଡ୍ ମିଳିଥିଲା ନା ଆଇସିୟୁ। ଗୁରୁତର ବାପା ହ୍ୱିଲ୍ ଚେୟାରରେ ବସି ରହିଲେ ବୋଲି ଅଭିଯୋଗ କରିଛନ୍ତି ପୁଅ। 

ପ୍ରତିଦିନ ଏମିତି ଅନେକ ରୋଗୀ ଏମିତି ହୀନସ୍ତା ଭୋଗୁଛନ୍ତି। କିଏ ଓପିଡିରେ ଡାକ୍ତର ଦେଖାଇବାକୁ ଘଣ୍ଟା ଘଣ୍ଟା ଲାଇନରେ ଠିଆ ହେଉଛି ତ କେହି ବେଡ୍ ପାଇଁ କଲବଲ। କେହି କେହି ହ୍ୱିଲ ଚେୟାର ନହେଲେ ଷ୍ଟ୍ରେଚରରେ ଘଣ୍ଟା ଘଣ୍ଟା ପଡି ରହୁଛନ୍ତି। ରୋଗୀଙ୍କୁ ଅଣ୍ଟୁନି ବେଡ୍, ପର୍ଯ୍ୟାପ୍ତ ହେଉନି ଆଇସିୟୁ। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ରୋଗୀ ଓ ସମ୍ପର୍କୀୟ। 

Advertisment

ଭୁବନେଶ୍ୱର ଏମ୍ସକୁ ଦୈନିକ ରାଜ୍ୟ ତଥା ବାହାରୁ ଆସୁଛନ୍ତି ପାଞ୍ଚ ହଜାରରୁ ଅଧିକ ରୋଗୀ। କିନ୍ତୁ ସେହି ଅନୁପାତରେ ବେଡ୍ କି ଆଇସିୟୁ ସୁବିଧା ନଥିବାରୁ ରୋଗକୁ ବଳି ଯାଉଛି ବେଡ୍ ଯନ୍ତ୍ରଣା। ୨୦୧୨ରେ ଏମ୍ସ କାର୍ଯ୍ୟକ୍ଷମ ବେଳେ ଦୈନିକ ଆସୁଥିଲେ ହଜାରରୁ ଦେଢ଼ ହଜାର ରୋଗୀ। ଯାହା ଏବେ ତିନି ଗୁଣାରୁ ଅଧିକ। ସେଠିକି ଗଲେ ଲାଗୁଛି ଯେମିତି ଏମ୍ସକୁ କବଜା କରିନେଇଛି ପଡ଼ୋଶୀ ପଶ୍ଚିମବଙ୍ଗ। 

ପ୍ରତିଦିନ ସେଠିକାର ଶତାଧିକ ରୋଗୀ ଭିଡ଼ ଜମାଉଥିବାରୁ ଦଶା ଭୋଗୁଛନ୍ତି ଆମ ରାଜ୍ୟର ରୋଗୀ। ବେଡ୍ ଅଭାବରୁ ଶହ ଶହ ରୋଗୀ ଭାଗ୍ୟକୁ ଆଦରି ଶୀତ କାକରରେ ଦିନ ଦିନ ବାହାରେ ପଡି ରହୁଛନ୍ତି। ପେଡ଼ି ପୁଟୁଳା ଧରି ହସ୍ପିଟାଲ ଫୁଟପାଥରେ ଶୋଉଛନ୍ତି, ସେଇଠି ଉଠାବସା ଆଉ ଖିଆପିଆ। ଅପେକ୍ଷା କରି ରହୁଛନ୍ତି କେବେ ସେମାନଙ୍କର ନମ୍ବର ଆସିବ। 

Advertisment

ଏହି ଘଟଣାକୁ ନେଇ ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି, ଏଠାକୁ ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରୁ ରୋଗୀ ଆସୁଛନ୍ତି। ଉତ୍ତମ ଓ ଅତ୍ୟାଧୁନିକ ଚିକିତ୍ସା ପାଇଁ ପ୍ରଥମ ପସନ୍ଦ ପାଲଟିଛି ଭୁବନେଶ୍ୱର ଏମ୍ସ। ତେଣୁ ବଢୁଛି ରୋଗୀ ସଂଖ୍ୟା। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁବ କମ୍ ଦିନରେ ୧୪ ଶହ ବେଡ୍ ଓ ୧୦୫ ଆଇସିୟୁ କରାଯାଇଛି। ଖୁବଶୀଘ୍ର ଏମ୍ସ ଭୁବନେଶ୍ୱରକୁ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି। 

AIIMS-Bhubaneswar Bed Shortage Odisha Healthcare Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ