Matric Exam Photograph: (OTV)
ଆଜିଠୁ ମାଟ୍ରିକ୍ ପରୀକ୍ଷା। ରାଜ୍ୟର ୩ ହଜାର ୮୨ କେନ୍ଦ୍ରରେ ପରୀକ୍ଷା ଦେବେ ୫ଲକ୍ଷ ୬୧ ହଜାର ୯୭୯ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଆରମ୍ଭ ହେବ ପରୀକ୍ଷା। ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ବୋର୍ଡ ଓ ଗଣଶିକ୍ଷା ବିଭାଗ । ନିର୍ଦ୍ଧାରିତ ସମୟରେ ନୋଡାଲ ସେଣ୍ଟରରୁ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ।
ସେଣ୍ଟର ସୁପରିନଟେଣ୍ଡଟ ଓ ପିଲାଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ। ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହେବାକୁ ଥିବାବେଳେ ୮ଟା ୧୫ ମିନିଟରେ ଗେଟ୍ ଖୋଲାଯିବ। ପରୀକ୍ଷା ପରିଚାଳନାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ।
କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ସ୍ପେଶାଲ ଭିଜିଲାନ୍ସ ଟିମ୍ ପରୀକ୍ଷା କେନ୍ଦ୍ରଗୁଡ଼ିକ ପରିଦର୍ଶନ କରିବେ । ପ୍ରଶ୍ନପତ୍ରରେ QR Code ଓ Watermark ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ପରୀକ୍ଷା ଶେଷ ପରେ ଅଧୀକ୍ଷକମାନେ ବୋର୍ଡକୁ ରିପୋର୍ଟ ଦେବେ । କଟକ ବୋର୍ଡ ମୁଖ୍ୟାଳୟରେ ଖୋଲାଯାଇଛି ଅତ୍ୟାଧୁନିକ କମାଣ୍ଡ କଣ୍ଟ୍ରୋଲ ରୁମ୍।
ଏଠାରୁ ପ୍ରତି ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଉପରେ ୨୪ ଘଣ୍ଟିଆ ନଜର ରଖାଯିବ। AI ସମ୍ପନ୍ନ ସିସିଟିଭି କ୍ୟାମେରା ଜରିଆରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲିବାଠାରୁ ଆରମ୍ଭ କରି ପରୀକ୍ଷା ହଲ୍ ଗତିବିଧି ଉପରେ ନଜର ରହିବ। ଆଜି ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ୍ ପରୀକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/matric-exam-2026-02-19-08-53-11.jpg)