Advertisment

ଲକଡାଉନ୍‌ର ୧୨ ଦିନ ପରେ ବି କାହିଁକି କମୁନାହିଁ ସଂକ୍ରମଣ?

ଲକଡାଉନ୍‌ ଲାଗୁ ହେବାର ୧୨ ଦିନ ବିତି ଯାଇଥିଲେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ମେ ଆରମ୍ଭରୁ ରାଜ୍ୟରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଏବେ ବି ଉଣାଅଧିକ ସେୟା ରହିଛି।

ଅଦ୍ୟତନ ହୋଇଛି
ଲକଡାଉନ୍‌ର ୧୨ ଦିନ ପରେ ବି କାହିଁକି କମୁନାହିଁ ସଂକ୍ରମଣ?

corona

Advertisment

ଭୁବନେଶ୍ୱର: ଲକଡାଉନ୍‌ ଲାଗୁ ହେବାର ୧୨ ଦିନ ବିତି ଯାଇଥିଲେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ମେ ଆରମ୍ଭରୁ ରାଜ୍ୟରେ ଯେଉଁ ଟ୍ରେଣ୍ଡ ଚାଲିଥିଲା ଏବେ ବି ଉଣାଅଧିକ ସେୟା ରହିଛି। ଏହାବ୍ୟତୀତ ସଂକ୍ରମଣ ଏବେ ଗାଁ ମୁହାଁ ହୋଇଥିବାରୁ ଚିନ୍ତା ବଢୁଛି। ତେଣୁ ଏହା ଉପରେ ଫୋକସ୍ କରି ଲକଡାଉନ୍‌କୁ ଆହୁରି କଡ଼ାକଡ଼ି କରାଯିବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ପୋଲିସ୍ ଡିଜିପି। ସେପଟେ ସ୍ୱାସ୍ଥ୍ୟ  ବିଶେଷଜ୍ଞ କହିଛନ୍ତି କରୋନା ସଂକ୍ରମଣ ଏବେ ପ୍ଳାଟ ସ୍ଥିତିରେ ରହିଛି, ଆସନ୍ତା ସପ୍ତାହ ପରେ ଏହା ଧୀରେ ଧୀରେ କମିବ।

Advertisment

ତାଲାବନ୍ଦର ୧୨ ଦିନ ପରେ ବି ରାଜ୍ୟରେ ତଳମୁହାଁ ହେଉନି କରୋନା ଗ୍ରାଫ୍। ଲଗାତର ୧୦ରୁ ୧୨ ହଜାର ଭିତରେ ଦୈନିକ ସଂକ୍ରମଣର ଧାରା ଜାରି ରହିଛି। ବିଶେଷଜ୍ଞଙ୍କ ଆକଳନ ଆହୁରି ସପ୍ତାହେ ରହିବ ଏହି ଟ୍ରେଣ୍ଡ। ଲକଡାଉନ୍‌କୁ ଅଧିକ କଠୋର କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ମେ ରେ କରୋନା ବିସ୍ଫୋରକ ରୂପ ନେଇଛି। ପହିଲାରେ ୧୦ ହଜାର ୪୧୩ ପଜିଟିଭ୍ ପରେ ଲଗାତାର ୪ ଦିନ କମିଥିଲା ସଂକ୍ରମିତଙ୍କ ସଂଖ୍ୟା। ତେବେ ୭ ତାରିଖରେ ଦୈନିକ ସଂକ୍ରମଣ ୧୨ ହଜାର ପାର କଲା ଆଉ ୧୪ ତାରିଖରେ ୧୨ ହଜାର ୩୯୦ ପଜିଟିଭ୍ ସହ ସର୍ବକାଳୀନ ଦୈନିକ ପଜିଟିଭର ଅଲୋଡ଼ା ରେକର୍ଡ ହେଲା। ଚଳିତ ମାସରେ ଏଯାଏଁ ପଜିଟିଭ୍ ଟ୍ରେଣ୍ଡ ୧୦ ହଜାରରୁ ୧୨ ହଜାର ପାଖାପାଖି ଲାଗି ରହିଛି।

ଏଠି ବଡ଼ ପ୍ରଶ୍ନ, କେବେ କମିବ କରୋନା ସଂକ୍ରମଣ? ସେପଟେ ସଂକ୍ରମଣ ଗାଁଗଣ୍ଡାକୁ ବ୍ୟାପୁଥିବାରୁ ଚିନ୍ତା ବଢିଛି। ଏଥିରେ ଲଗାମ୍ କସିବା ଏବେ ବଡ଼ ଚ୍ୟାଲେଞ୍ଜ। ତେଣେ ବିଶେଷଜ୍ଞ କହିଛନ୍ତି ସଂକ୍ରମଣ ବର୍ତ୍ତମାନ ପ୍ଲାଟ ବା ସ୍ଥିର ରହିଛି କରୋନା ସଂକ୍ରମଣ। ଏହି ଟ୍ରେଣ୍ଡ ଆହୁରି ସପ୍ତାହେ ପର୍ଯ୍ୟନ୍ତ ରହିବ। ତା ପରେ ଯାଇ ସଂଖ୍ୟା ଧୀରେ ଧୀରେ କମିବ। ତେଣୁ ରାଜ୍ୟରେ ଜାରି ହୋଇଥିବା ଲାକଡାଉନ୍ ବଢ଼ାଇବା ଦରକାର ବୋଲି ବିଶେଷଜ୍ଞ କହିଛନ୍ତି।

Advertisment

ସେପଟେ ନାଇଟ୍ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍‌ ଓ ଲକଡାଉନର ୧୨ ଦିନ ପରେ ବି କାହିଁକି ପଜିଟିଭ୍ ସଂଖ୍ୟା କମୁନାହିଁ? କେଉଁଠି ରହୁଛି ଅସୁବିଧା? ଲକଡାଉନ୍‌ ଯେମିତି କଡ଼ାକଡ଼ି ପାଳନ ହେବାକଥା ହେଉ ନାହିଁ କି? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ତେବେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ନାଁରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ବେଧଡ଼କ ବୁଲାବୁଲି କରୁଛନ୍ତି ଅମାନିଆ। ଖାଲି ସେତିକି ନୁହେଁ, ଡାକ୍ତରଖାନାରେ ଚିକିତ୍ସା, ମେଡ଼ିସିନ ଆଣିବା, କରୋନା ଟେଷ୍ଟ ଆଦି ବାହାନାରେ ଲୋକେ ରାସ୍ତାରେ ବୁଲୁଛନ୍ତି। ତେଣୁ ଏଯାଏଁ ସ୍ଥିତିରେ ଯେତେଟା ସୁଧାର ଆସିଯିବା କଥା ତାହା ଆସିନାହିଁ। ବଜାରରେ ଭିଡ଼ ନକରିବା ସହିତ ଲକଡାଉନ୍‌କୁ ଆହୁରି କଡାକଡି କରିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ। ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳ ଓ ଅନ୍ୟ କିଛି ଜିଲ୍ଲାରେ କରୋନା ସ୍ଥିତି ରହିବା ସହିତ କିଛି ସ୍ଥାନରେ କମୁଥିବା ଶନିବାର ମୁଖ୍ୟ ଶାସନ ସଚିବ କହିଥିଲେ।  ହେଲେ ରାଜ୍ୟରେ କେବେ ସଂକ୍ରମଣ କମିବ ତାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ ଅଛନ୍ତି।

Lockdown In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ