Advertisment

Agniveers Showcase Elite Tactics: କୋଣାର୍କରେ ମନମୋହିଲା ଅଗ୍ନିବୀରଙ୍କ ରଣକୌଶଳ, ୧୨ କୋଟି ବ୍ୟୟରେ ହୋଇଛି ଅତ୍ୟାଧୁନିକ ଟ୍ରେନିଂ ପ୍ରତିଷ୍ଠାନ

ଅଭିନବ, ଅଦ୍ଭୁତପୂର୍ବ, ଆକର୍ଷଣୀୟ। ଓଡ଼ିଶା ଅଗ୍ନିଶମ ବିଭାଗ ଇତିହାସରେ ସଂପୂର୍ଣ୍ଣ ନୂଆ। ଅଗ୍ନିଶମ ବିଭାଗର ଅଗ୍ନିବୀର, ଓଡ୍ରାଫ୍ ଓ ଏନଡିଆରଏଫ୍ ଯବାନଙ୍କ ତାଲିମ, ପ୍ରସ୍ତୁତି ଓ ଅଭ୍ୟାସର ନୂଆ ଠିକଣା।

AGNIVEER

AGNIVEER Photograph: (OTV)

Advertisment

କୋଣାର୍କ ରାମଚଣ୍ଡୀ ବେଳାମାର୍ଗରେ ଆଜି ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ଜଳ ଦକ୍ଷତା ଓ ଜୀବନ ରକ୍ଷା ତାଲିମ କେନ୍ଦ୍ର। ପୋଲିସ, ଅଗ୍ନିଶମ, ଏନଡିଆରଏଫ୍ ଓ ଅନ୍ୟ ଜରୁରୀକାଳୀନ ତଥା ଜୀବନ ରକ୍ଷାକାରୀ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଉନ୍ନତ ଓ ଅତ୍ୟାଧୁନିକ ତାଲିମ ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏ ପ୍ରତିଷ୍ଠାନ। ଯାହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜିର ଉତ୍ସବରେ ଓଡ଼ିଶାର ଅଗ୍ନିବୀର ପାଣି ଭିତରେ ଦେଖାଇଛନ୍ତି ସାହସ, ଶୌର୍ଯ୍ୟ ଓ ପରାକାଷ୍ଠା।...

Advertisment

ଅଭିନବ, ଅଦ୍ଭୁତପୂର୍ବ, ଆକର୍ଷଣୀୟ। ଓଡ଼ିଶା ଅଗ୍ନିଶମ ବିଭାଗ ଇତିହାସରେ ସଂପୂର୍ଣ୍ଣ ନୂଆ। ଅଗ୍ନିଶମ ବିଭାଗର ଅଗ୍ନିବୀର, ଓଡ୍ରାଫ୍ ଓ ଏନଡିଆରଏଫ୍ ଯବାନଙ୍କ ତାଲିମ, ପ୍ରସ୍ତୁତି ଓ ଅଭ୍ୟାସର ନୂଆ ଠିକଣା। ପୁରୀ ଜିଲ୍ଲା କୋଣାର୍କ ରାମଚଣ୍ଡୀ ବେଳାଭୂମିରେ ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ଜଳ ଦକ୍ଷତା ଓ ଜୀବନ ରକ୍ଷା ତାଲିମ କେନ୍ଦ୍ର।

ଆକର୍ଷଣୀୟ କଳା କୌଶଳ ଦେଖାଇଥିଲେ ଓଡ଼ିଶାର ଅଗ୍ନିବୀର 

ଆଜିର ଏହି ଉଦଘାଟନୀ ଉତ୍ସବରେ ଜଲୱା ଦେଖାଇଥିଲେ ଅଗ୍ନିଶମ ବାହିନୀର ଯବାନ। କୁଶଭଦ୍ରା ନଦୀର ଗଭୀର ସ୍ଥିର ଜଳରେ ସ୍ବିମିଂଠୁ, ବୋଟିଂ ଏବଂ ସ୍କୁବା ଡାଇଭିଂ ସବୁ ବିଭାଗରେ ଆକର୍ଷଣୀୟ କଳା କୌଶଳ ଦେଖାଇଥିଲେ ଓଡ଼ିଶାର ଅଗ୍ନିବୀର। ଯାହା ଉପସ୍ଥିତ ଦର୍ଶକଙ୍କ ଆଖି ଝଲସାଇ ଦେଇଥିଲା।

Advertisment

ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ଦ୍ବାରା ୧୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏ ଅଭିନବ ଓ ଅତ୍ୟାଧୁନିକ ପ୍ରତିଷ୍ଠାନ। ଯେଉଁଠି ପୋଲିସ, ଅଗ୍ନିଶମ ଓ ଅନ୍ୟ ଜରୁରୀକାଳୀନ ତଥା ଜୀବନ ରକ୍ଷାକାରୀ ସେବାରେ ନିୟୋଜିତ ୧୦୦ ଜଣ କର୍ମଚାରୀ ଏକକାଳୀନ ତାମିଲ ନେଇପାରିବେ। ଏଠାରେ ସ୍ବିମିଂ, ପାୱାର ବୋଟ୍ ଚାଳନା, ସ୍କୁବା ଡାଇଭିଂ, ଡିପ୍ ୱାଟର ଡାଇଭିଂ ଭଳି ପାଣି ଭିତରେ ଅନ୍ୟ ଅତ୍ୟାଧୁନିକ ରଣକୌଶଳ ସମ୍ପର୍କରେ ତାଲିମ୍ ଦିଆଯିବ। ଏଥିପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି କରାଯାଇଛି।...

ଏହି ଅବସରରେ ଆଜି ଓଡ଼ିଶାର ସମୁଦ୍ର ଉପକୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା, ନିରାପତ୍ତା ଓ ସଚେତନତା ସୃଷ୍ଟି ପାଇଁ ପର୍ଯ୍ୟଟନ ବିଭାଗ ଓ ଅଗ୍ନିଶମ ଓ ଜରୁରୀକାଳୀନ ବିଭାଗ ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷର ହୋଇଛି।... 

Advertisment

Training Agniveer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ