Advertisment

Lunar Eclipse Timings and Significance: ସରିଲା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ଏବେ ସ୍ନାନକରି ଦେବନୀତି ଓ ପୂଜାର୍ଚ୍ଚନା କରିପାରିବେ

ସରିଲା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ପୂର୍ଣ୍ଣ ଗ୍ରାସ ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ। ୬ଟା ୪୭ରେ ଗ୍ରହଣ ସର୍ବମୋକ୍ଷ। ଅପରାହ୍ଣ ୩ ଟା ୨୦ରୁ ଗ୍ରହଣ ସ୍ପର୍ଶ ହୋଇଥିଲା। ଏବେ ସ୍ନାନକରି ଦେବନୀତି ଓ ପୂଜାର୍ଚ୍ଚନା କରିପାରିବେ।

Lunar Eclipse Timings and Significance

ସରିଲା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ Photograph: (OTV)

Advertisment

ଗ୍ରହଣ ସର୍ବମୋକ୍ଷ ପରେ ଏବେ ମହାସ୍ନାନ ସହ ପୁଣି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ରାତି ୮ଟା ପରେ ଶ୍ରୀମନ୍ଦିରରେ ଠାକୁର ମାନଙ୍କୁ ସୁନାବେଶରେ ବିଭୂଷିତ କରାଯିବ । ସେପଟେ ଦୋଳରେ ଦୋଳ ଗୋବିନ୍ଦଙ୍କୁ ଦର୍ଶନ କରି ଭାବ ବିହ୍ବୋଳିତ ହୋଇପଡ଼ିଛନ୍ତି ଭକ୍ତ।.

Advertisment

ଆଜି ଦୋଳ ପୂର୍ଣ୍ଣମୀ ତିଥିରେ ଅପରାହ୍ନ ଠିକ୍ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇଥିଲା। ସନ୍ଧ୍ୟା ୬ଟା ୪୭ ମିନିଟ୍ ପର୍ଯ୍ୟନ୍ତ ଚନ୍ଦ୍ରକୁ ଗ୍ରାସ କରି ରଖିଥିଲା କେତୁ। ସେଥିପାଇଁ ସୂର୍ଯ୍ୟୋଦୟ ପରଠୁ ସଂପୂର୍ଣ୍ଣ ବନ୍ଦ ରହିଥିଲା ପାକ ତ୍ୟାଗ ସାଙ୍ଗକୁ ପୂଜା ନୀତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚନ୍ଦ୍ରଗ୍ରହଣର ଘାତ କାଳ ସମୟକୁ ଅତି ଗୁରୁତ୍ୱପୂର୍ଣ୍ଣ ବିବେଚନା କରା ଯାଇଥିଲା। 

ଏହା ସକାଳ ୬.୨୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୪୬ ପର୍ଯ୍ୟନ୍ତ ଲାଗି ରହିଥିଲା। ଶ୍ରୀମନ୍ଦିର ସାଙ୍ଗକୁ ରାଜ୍ୟର ସମସ୍ତ ଦେବ ଦେବୀଙ୍କ ମନ୍ଦିରରେ ଗ୍ରହଣ ପାଇଁ ପୂଜା ନୀତି ସଂପୂର୍ଣ୍ଣ ବନ୍ଦ ରହିଥିଲା। ତେବେ ଗ୍ରହଣ ସ୍ପର୍ଶ ମାତ୍ରେ- ଜଗନ୍ନାଥ ମନ୍ଦିରରେ ଦେବ ନୀତି ଆରମ୍ଭ ହୋଇଥିବାବେଳେ ଅନ୍ୟ ସବୁ ମନ୍ଦିରରେ କିନ୍ତୁ ଗ୍ରହଣ ସର୍ବମୋକ୍ଷ ପରେ ମହାସ୍ନାନ ସହ ପୁଣି ପୂଜା କାର୍ଯ୍ୟ ଆରମ୍ଭ ହୋଇଛି।

Advertisment

ସେପଟେ ଆଜି ଦୋଳ ପୂର୍ଣ୍ଣମୀ ହୋଇଥିବାରୁ ଗ୍ରହଣ ସର୍ବମୋକ୍ଷ ପରେ ରାତି ୮ଟା ପରେ ଶ୍ରୀମନ୍ଦିରରେ ଠାକୁର ମାନଙ୍କୁ ସୁନାବେଶରେ ବିଭୂଷିତ କରାଯିବ। ଏହା ପରେ ଭକ୍ତଙ୍କୁ ରାଜରାଜେଶ୍ବର ବେଶରେ ବିଳମ୍ବିତ ରାତି ଯାଏଁ ଦର୍ଶନ ଦେବେ ଶ୍ରୀଜୀଉ। ସେପଟେ ଗ୍ରହଣ ଥିବାରୁ ଆଜି ଭୋରରୁ ଦୋଳ ଗୋବିନ୍ଦଙ୍କୁ ଶ୍ରୀମନ୍ଦିରରୁ ଅଣାଯାଇ ଦୋଳବେଦୀରେ ବିଜେ କରାଯାଇଥିଲା। 

ଦୋଳରେ ଦୋଳ ଗୋବିନ୍ଦଙ୍କୁ ଦର୍ଶନ କରି ଭକ୍ତ ବିହ୍ବୋଳିତ ହୋଇଛନ୍ତି। ତେଣେ ଗାଁରୁ ସହର ପୁଣି ଦୋଳ ପର୍ବକୁ ନେଇ ଉତ୍ସବ ମୁଖର ହୋଇଛି। ସେମିତି କଟକ ଜିଲ୍ଲାର ପ୍ରସିଦ୍ଧ ଓଳକଣା ମେଲଣ ଅତ୍ୟନ୍ତ ଉଲ୍ଲାସର ସହ ଶେଷ ହୋଇଛି। ଗ୍ରହଣ ପାଇଁ ଗତକାଲି ରାତିରେ ଭକ୍ତମାନଙ୍କ ସହିତ ଭଗବାନଙ୍କ ଅବିର ଖେଳର ଅପୂର୍ବ ପର୍ବକୁ ଭକ୍ତମାନେ ଆନନ୍ଦରେ ପାଳିଥିଲେ। ବିମାନରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଘଣ୍ଟ ଘଣ୍ଟା ଖୋଳ ସଂକୀର୍ତ୍ତନରେ ପାଛୋଟି ନେଇ ଫଗୁ ଖେଳିଥିଲେ ଭକ୍ତ। 

Advertisment

ସେହିପରି ଯାଜପୁର କୋରେଇରେ ମହା ଆନନ୍ଦରେ ଅନୁଷ୍ଠିତ ହୋଇଛି ମୁନସୀ ମେଲଣ। କୋରେଇ ଥାନା ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଏ ମେଲଣ ଉତ୍ସବ ଚଳିତବର୍ଷ ୧୦୭ ବର୍ଷରେ ପଦାର୍ପଣ କରିଛି। ୧୯୨୦ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏଠାରେ ମୁନସୀ ମେଲଣ ଆରମ୍ଭ ହୋଇଥିଲା। ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଏହି ଉତ୍ସବ ପାଳନ କରାଯାଉଛି। ଯେଉଁଥିରେ ୨୦ ରୁ ଉର୍ଦ୍ଧ୍ବ ରାଧାକୃଷ୍ଣ ବିମାନ ଏକତ୍ରିତ ହୋଇଥିଲେ।

ଗ୍ରହଣ ସରିବା ପରେ ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚୁଦୋଳ ଓ ଦଶ ଦୋଳ ମେଳଣ ମଧ୍ୟ ମହାସମାରୋହରେ ପାଳିତ ହେବାକୁ ଯାଉଛି।

Dola Purnima Odisha News Lunar Eclipse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ