Advertisment

ଲକଡାଉନ୍‌ ଓ ସଟଡାଉନ୍‌ ପରେ ବି କମୁନି ମହାମାରୀ?

ଲକଡାଉନ୍‌ ଓ ସଟଡାଉନ୍‌ କିଛି ମାନୁନି କରୋନା। ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଶା କରାଯାଉଥିଲା କଟକଣା କଡ଼ାକଡ଼ି ହେବା ପରେ ସଂକ୍ରମଣ କମିବ। ମାତ୍ର ଉଭୟ ପଜିଟିଭ୍ ଓ ମୃତ୍ୟୁରେ ଆଜି ସବୁ ରେକର୍ଡ ଭାଙ୍ଗିଛି ମହାମାରୀ

ଲକଡାଉନ୍‌ ଓ ସଟଡାଉନ୍‌ ପରେ ବି କମୁନି ମହାମାରୀ?

Corona-Odisha

Advertisment

ଭୁବନେଶ୍ୱର:  ଲକଡାଉନ୍‌ ଓ ସଟଡାଉନ୍‌ କିଛି ମାନୁନି କରୋନା। ରାଜ୍ୟରେ ବଢିଚାଲିଛି ସଂକ୍ରମଣ। ଆଶା କରାଯାଉଥିଲା କଟକଣା କଡ଼ାକଡ଼ି ହେବା ପରେ ସଂକ୍ରମଣ କମିବ। ମାତ୍ର ଉଭୟ ପଜିଟିଭ୍ ଓ ମୃତ୍ୟୁରେ ଆଜି ସବୁ ରେକର୍ଡ ଭାଙ୍ଗିଛି ମହାମାରୀ। ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୫୨୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣଙ୍କ ମୃତ୍ୟୁ ହୋଇଛି।  ଗତ ୭ ତାରିଖରେ ୧୨ହଜାର ୨୩୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୩ ତାରିଖରେ ଚିହ୍ନଟ ହୋଇଥିଲେ ୧୨ହଜାର ୩୯୦ ଆକ୍ରାନ୍ତ। ମାତ୍ର ଆଜି ସର୍ବାଧିକ ୧୨ହଜାର ୫୨୩  ନୂଆ ପଜିଟିଭ୍ ଚିହ୍ନଟ ହେବା ଚିନ୍ତା ବଢାଇଛି।

Advertisment

ସେହିପରି କେବଳ ମେ ମାସରେ ଏଯାଏଁ  ୨ଲକ୍ଷ ୨୪ ହଜାର ୨୨୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୭ ଜଣଙ୍କ ମୃତ୍ୟୁ ହୋଇଛି। ଜାନୁଆରୀ ପହିଲାରୁ ଦେଖିଲେ ମେ ୧୮ଯାଏଁ ୫୦୨ ଜଣଙ୍କ ଜୀବନ ନେଲାଣି ମହାମାରୀ। ୦ରୁ ୧୬ ବର୍ଷ ବର୍ଗରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ରୁ ୪୦ ମଧ୍ୟରେ ୧୧୫, ୪୧ରୁ ୬୦ବର୍ଷ ମଧ୍ୟରେ ୨୩୪ ଏବଂ ୬୦ରୁ ଅଧିକ ବୟସ୍କଙ୍କ ବର୍ଗରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଗତକାଲି ସର୍ବାଧିକ ୬୧,୬୬୫ ନମୁନାର ପରୀକ୍ଷା ହୋଇଛି। ଦୈନିକ ୭୦ ହଜାର ଟେଷ୍ଟିଂ ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ଟେଷ୍ଟିଂ ବଢିଥିବାରୁ ପଜିଟିଭ୍ ସଂଖ୍ୟା ବଢୁଛି। ମାତ୍ର ପିଜିଟିଭ ହାର ଅଧିକ ନାହିଁ  ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ସେହିପରି ବହୁ ଗୁରୁତର ଆକ୍ରାନ୍ତ ହସପିଟାଲରେ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଚଳିତ ମାସ ଶେଷ ବେଳକୁ ସଂକ୍ରମଣ କମିଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Advertisment

ଖୋର୍ଦ୍ଧା, କଟକ,ଅନୁଗୁଳ ଓ ସୁନ୍ଦରଗଡ ଜିଲ୍ଲାରେ ସ୍ଥିତି ଅତି ଚିନ୍ତାଜନକ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ଆଜି ୧୮ଶହ ୪୨ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରେ ୧ହଜାର ୮୪,ଅନୁଗୁଳରେ ୯୩୦ ଓ ସୁନ୍ଦରଗଡରେ ଚିହ୍ନଟ ହୋଇଛନ୍ତି। ୭୧୫ ଆକ୍ରାନ୍ତ ଜିଲ୍ଲାରେ ଟେଷ୍ଟିଂ ବଢିଥିବାରୁ ଦୈନିକ ପଜିଟିଭ୍ ସଂଖ୍ୟା ବଢିଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।  ଅନ୍ୟପଟେ ଶିଳ୍ପ କାରଣରୁ ବହୁ ବାହାର ଲୋକ ଜିଲ୍ଲାକୁ ଆସୁଥିବାରୁ ଅନୁଗୁଳରେ ସଂକ୍ରମଣ ବଡୁଥିବା ସିଡିଏମଓ ମତ ଦେଇଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣ ଲାଗି ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

ଛତିଶଗଡ଼କୁ ଲାଗିଥିବା ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ପ୍ରଥମେ ସଂକ୍ରମଣ ହୁହୁ ବଢିଥିଲା। ମାତ୍ର ଏସବୁ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣକୁ ଆସୁଥିବା ବେଳେ ଖୋର୍ଦ୍ଧା,କଟକ,ଅନୁଗୁଳ ସମେତ ପୁରୀ, ଭଦ୍ରକ, ବାଲେଶ୍ୱର,ଯାଜପୁର, ଜଗତସିଂହପୁର ଓ  ଗଞ୍ଜମରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି। ଫଳରେ ଆଗକୁ ସ୍ଥିତି ଅସମ୍ଭାଳ ହେବା ଆଶଙ୍କା ବଢିଛି। ଏହାର ମୁକାବିଲା ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ମେଡିକାଲ ବେଡ଼, ଆଇସିୟୁ, ଔଷଧ ଏବଂ ଅମ୍ଳଜାନ ଯୋଗାଡ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ।

Advertisment

ଖୋର୍ଦ୍ଧାରୁ ବଳରାମ ଲେଙ୍କା, ଅନୁଗୁଳରୁ ବିରଜା ଦାଶଙ୍କ ସହ ଭୁବନେଶ୍ୱରରୁ ହରିହର ଚାନ୍ଦଙ୍କ ରିପୋର୍ଟ 

Lockdown 2.0 In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ