No Fuel Photograph: (OTV)
ଆପଣଙ୍କ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ଠିକଠାକ୍ ଅଛି ତ ? ଯଦି ନାହିଁ, ତାହେଲେ ଆଉ ଚଲାଇ ପାରିବେନି ଗାଡି । କାରଣ ଗାଡି ଚଲାଇବାକୁ ପାଇବେନି ପେଟ୍ରୋଲ । ଏଣିକି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଆପଣଙ୍କୁ ପେଟ୍ରୋଲ କିମ୍ବା ଡିଜେଲ୍ ଦେବେ ନାହିଁ କୌଣସି ପେଟ୍ରୋଲ ପମ୍ପ । ରାଜ୍ୟରେ କଡାକଡି ଲାଗୁ ହେବାକୁ ଯାଉଛି ଏହି ନିୟମ ।
PUCC ନଥିଲେ ପେଟ୍ରୋଲ ମନା
ପଲ୍ୟୁସନ୍ ସାର୍ଟିଫିକେଟ୍ ନଥିଲେ ଆଉ ମିଳିବନି ପେଟ୍ରୋଲ । ବାୟୁ ପ୍ରଦୂଷଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା ବା STA । ଏନେଇ ତୈଳ ବିକ୍ରୟକାରୀ କମ୍ପାନୀକୁ ଚିଠି ଲେଖିଛି । ଯେଉଁ ମୋଟରଯାନର ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିବ, ତାଙ୍କୁ କୌଣସି ପେଟ୍ରୋଲ ପମ୍ପରେ ତେଲ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି । PUCC ବା ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ସାର୍ଟିଫିକେଟ୍ ଦେଖାଇବା ପରେ ହିଁ ମିଳିବ ପେଟ୍ରୋଲ । ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡି ଉପରେ ଅଙ୍କୁଶ ଲାଗିବ ।
ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଗୁରୁତ୍ୱ ଦେଇ ସମସ୍ତ ଟୋଲଗେଟରେ ଇ-ଡିଟେକ୍ସନ ବ୍ୟବସ୍ଥାରେ ମଧ୍ୟ ଏହି ନିୟମକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାୟୁ ଗୁଣବତ୍ତା ମାନକୁ ଉନ୍ନତ ରଖାଯାଇପାରିବ, ବିଶେଷକରି ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ କମ୍ କରାଯାଇପାରିବ ବୋଲି ଆଶା କରାଯାଇଛି । ସେପଟେ ଏହି ନୂଆ ନିୟମକୁ କେହି ସ୍ୱାଗତ କରିଥିବାବେଳେ କିଛି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/21/no-fuel-2025-12-21-18-49-17.jpg)