୧୮ ବର୍ଷ ପରେ ଆସିଲା ଫୋନ Photograph: (OTV)
ମା-ବାବା ଛେଉଣ୍ଡ ପିଲାଙ୍କୁ ଅନେଇ ବସିଛି ମାଉସୀ। ଦୀର୍ଘ ୧୮ ବର୍ଷ ହେଲା ନିଖୋଜ ପୁତୁରା ଫେରିବା ବାଟକୁ ଚାହିଁ ରହିଛନ୍ତି ଉଲ୍ଲାସୀ ଗୌଡ଼। ସେଥିପାଇଁ ଥାନା ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ କରିସାରିଲେଣି ଗୁହାରି। ହେଲେ ମିଳୁନି କିଛି ସୁଫଳ।
ଉଲ୍ଲାସୀଙ୍କୁ ବୟସ ପାଖାପାଖି ୮୩ ବର୍ଷ ହେବ। ଗତ ୧୮ ବର୍ଷ ହେବ ନିଜ ପୁତୁରାକୁ ଖୋଜୁଛନ୍ତି ଆଉ ଛଳ ଛଳ ଆଖିରେ ଗୁହାରି କରୁଛନ୍ତି, କେବେ ଆସିବ ମୋ ପୁଅ? ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍ ସୁଇଡିହି ପଞ୍ଚାୟତର ସୁନା ପର୍ବତର ରମା ଗୌଡଙ୍କ ପୁଅ ପୁରୁଷୋତ୍ତମ ଗୌଡ଼ଙ୍କୁ ଯେତେବେଳେ ମାତ୍ର ୧ ବର୍ଷ ହେଇଥିଲା ସେତେବେଳେ ନିଜ ଜନ୍ମ କଲା ମା ଆରପାରିକୁ ଚାଲିଯାଇଥିଲେ। ତାପରେ ନିଜ ମାଉସୀ ଉଲ୍ଲାସୀ ତାଙ୍କୁ ଲାଳନ ପାଳନ କରୁଥିଲେ। ହେଲେ ୨୦୦୮ ମସିହାରେ ଅଷ୍ଟମ କ୍ଲାସରେ ପଢୁଥିବା ବେଳେ ସେ ନିଖୋଜ ହୋଇଗଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଘରକୁ ଫେରି ନାହାନ୍ତି ପୁରୁଷୋତ୍ତମ।
ରିପୋର୍ଟ ଅନୁସାରେ ଗତ ପୁରୁଷୋତ୍ତମ ୨୦୨୫ ଡିସେମ୍ବର ୨୫ ତାରିଖରେ ଜଣଙ୍କ ଠାରୁ ଫୋନ ଆଣି ଏକ ଅଜଣା ନମ୍ବରରୁ ଘରକୁ ଫୋନ କରିଥିଲା । କାନ୍ଦି କାନ୍ଦି ଜମ୍ମୁ କାଶ୍ମୀର ସାମ୍ଭା ଜିଲ୍ଲା ରାଜପୁରା ଥାନା ଅଂଚଳରେ ଜଣେ ବ୍ୟକ୍ତିଙ୍କ ଘରେ ଗୋତି ଶ୍ରମିକ ଭାବେ କାମ କରୁଛି ବୋଲି କହିଥିଲା। ଏହା ପରେ ତାଙ୍କୁ ସୁରକ୍ଷିତ ମୁକୁଲାଇବା ପାଇଁ ସେ ମାଉସୀଙ୍କୁ କରିଥିଲା। ପରେ ସୁଇଡିହି ପଂଚାୟତ ସରପଂଚ ଅରୁଣା କିଶାନ ଓ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ମିଶି ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ଯାଇ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି।
ପୁତୁରା ଘରକୁ ଆସିବା ଆଶାରେ ବଞ୍ଚିଛି ଜଣେ ମାଉସୀ। ଏବେ ଦେଖିବା ବାକି ରହିଲା କିପରି ଉଦ୍ଧାର ହୋଇ ନିଜ ମାଟିକୁ ଆସିବ ତା’ର ପୁଅ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/17/after-18-years-missing-rescue-efforts-begin-2026-01-17-17-51-47.jpg)