Food Item Photograph: (OTV)
ଖାଦ୍ୟ ବଜାରରେ ଭେଜାଲ୍ ମାଲ୍ ହାଉ ଜାଉ
ଟଙ୍କା ଦେଇ ଲୋକେ ଖାଉଛନ୍ତି କି ବିଷ
ଏମିତିକି ସୁସ୍ଥ ରହିବାକୁ ଖାଉଥିବା ହର୍ଲିକ୍ସ ବି ଅପମିଶ୍ରିତ
ପାଣି ବୋତଲ ସୁଦ୍ଧା ନକଲି
ବଜାରରୁ ଘରକୁ କିଣି ନେଉଥିବା ବ୍ରେଡ୍, ତେଲ, ଚକୋଲେଟ୍ ବି ନିମ୍ନ ମାନର। ଖୋଦ୍ ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ରଖିଛନ୍ତି ଏଭଳି ଆଖିତରାଟିଲା ଭଳି ତଥ୍ୟ। ଅସାଧୁ ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ କେମିତି ବିପଦରେ ଖାଉଟି। ଅପମିଶ୍ରିତ ଖାଦ୍ୟ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉତ୍ତର - ତାଲିକାରେ ଅଛି ମସଲା ସାଙ୍ଗକୁ ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଦହି, ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍, ସୋୟାବିନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକୋଲେଟ, ବ୍ରେଡ୍ ଓ ନୁଡୁଲସ ଭଳି ଅତି ଦରକାରୀ ଖାଦ୍ୟ ସମାଗ୍ରୀ।
ରାଜ୍ୟର ସବୁ ଜିଲ୍ଲାରେ କାୟା ବିସ୍ତାର କରିଛନ୍ତି ଅପମିଶ୍ରଣକାରୀ। ଏମିତିକି ସବୁ ରେକର୍ଡ ଭାଙ୍ଗି ସର୍ବାଗ୍ରେ ରହିଛି ଖୋର୍ଦ୍ଧା ଜିଲ୍ଲା। ଯାହାକୁ ନେଇ ତେଜିଛି ରାଜନୀତି।...
ବିକ୍ରି ହେଉଥିବା ହର୍ଲିକ୍ସ ବି ଅପମିଶ୍ରିତ
ତେବେ ସବୁଠୁ ଚିନ୍ତାଜନକ କଥା ହେଲା ବୌଦ୍ଧ, ଢେଙ୍କାନାଳ, ଜଗତସିଂହପୁର ଓ ମୟୂରଭଞ୍ଜରେ ବିକ୍ରି ହେଉଥିବା ହର୍ଲିକ୍ସ ବି ଅପମିଶ୍ରିତ। ଯାହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ସାଧାରଣ ଖାଉଟି। ବଜାରରୁ କିଣୁଥିବା ଦ୍ରବ୍ୟ ଅସଲି କି ନକଲି ଜଣେ ସାଧାରଣ ଲୋକ ଜାଣିବ କେମିତି ? ତାହା ଏବେ ବଡ଼ ପ୍ରଶ୍ନ।
କେଉଁଠି ନକଲି ସସ୍ ତ କେଉଁଠି ନକଲି ମସଲା ତିଆରିର ମାଳ ମାଳ ଚିତ୍ର ଆସୁଛି। ବର୍ଷ ତମାମ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ତେଣୁ ସରକାର ଏଭଳି ନକଲି ସାମଗ୍ରୀ ପ୍ରସ୍ତୁତ କାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଜନତା। ଏପଟେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ସ୍ବାସ୍ଥ୍ୟ ପାଇଁ ଅତି ହାନୀକାରକ ବୋଲି ଦର୍ଶାଇଛନ୍ତି ଡାକ୍ତର।...
ସେହିପରି ବିଧାନସଭାରେ ଉପସ୍ଥାପିତ ଅନ୍ୟ ଏକ ଚିନ୍ତାଜନକ ତଥ୍ୟ କ୍ରମେ ଚଳିତ ବର୍ଷ ୨୯ଟି ପାଣି ନମୁନାରୁ ପରୀକ୍ଷା ପରେ ୮ଟି ଅହିତକର ବୋଲି ଜଣାପଡ଼ିଛି। ଗତ ୪ ବର୍ଷରେ ୬୮ଟି ନମୁନାରୁ ୧୮ଟି ଅସ୍ବାସ୍ଥ୍ୟକର ବୋଲି ଜଣାପଡିଲା, ଯେଉଁଥିରୁ ୮ଟି ନମୁନା ଥିଲା ଅତି ନିମ୍ନ ମାନର।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/food-item-2026-02-23-20-12-40.jpg)