Advertisment

ଆତଙ୍କ ଖେଳାଉଛି କରୋନା : ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିିନୀ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର:  ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏପରି ପଦକ୍ଷେପ ନେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି । […]

ଆତଙ୍କ ଖେଳାଉଛି କରୋନା : ଆଜିଠୁ ଖୋଲିବ ଆଦିତ୍ୟ ଅଶ୍ୱିିନୀ କୋଭିଡ୍ ହସ୍ପିଟାଲ

covid hospital

Advertisment

ଭୁବନେଶ୍ୱର:  ଆଜିଠାରୁ ଖୋଲିବ ଆଦିତ୍ୟ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ । ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ଏପରି ପଦକ୍ଷେପ ନେଇଛି । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ରୁ ୫ଶହକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ପଟିଆରେ ୬୦ ଓ ଡୁମଡୁମାରେ ୪୫ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ହୋଇଛି ।

Advertisment

ଏହାପୂର୍ବରୁ ଘାଟିକିଆ, ଗଜପତିନଗର ଓ କିଟରେ ୩ଟି OYO ହୋଟେଲରେ ୪୦ଟି ଶଯ୍ୟା ବିଶିଷ୍ଟ ଦେୟଯୁକ୍ତ ସଂଗରୋଧ ଗୃହ କରାଯାଇଛି । ବାଣୀବିହାର କ୍ୟାମ୍ପସରେ ଶତାଧିକ ଛାତ୍ର ଓ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ଆଜି ସେମାନଙ୍କର ରିପୋର୍ଟ ଆସିବ । ଓୟୁଏଟିର ୪ ନମ୍ବର ଛାତ୍ରାବାସରେ ୪ଜଣ ପଜିଟିଭ୍ ଚିହ୍ନଟ ପରେ ଅନ୍ୟ ଅନ୍ତେବାସୀଙ୍କ ସମେତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକ ସ୍ଥଳେ ଶିକ୍ଷାନୁଷ୍ଠାନକୁ ସିଲ କରିବାକୁ ମଧ୍ୟ ବିଏମସି ଯୋଜନା କରୁଥିବା ଜଣାପଡିଛି ।

Advertisment

ଅନ୍ୟପକ୍ଷେ ପଶ୍ଚିମ ଓଡ଼ିଶାର କରୋନା ସ୍ଥିତିକୁ ଦେଖି ଭୀମସାରରେ ହେବ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ଖୋଲିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ।  ଭୀମସାରର ନବନିର୍ମିତ ମେଡିସିନ ୱାର୍ଡରେ ୩୦୦ ବେଡ୍‌ର କୋଭିଡ୍ ହସ୍ପିଟାଲକୁ ୧୦ ଦିନ ଭିତରେ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି। ଦ୍ୱିତୀୟ କୋଭିଡ୍ ହସ୍ପିଟାଲରେ ୨୫୦ଟି ସାଧାରଣ ବେଡ୍ ଓ ୫୦ଟି ICU ବ୍ୟବସ୍ଥା ରହିବ ।  ପୂର୍ବର ଥିବା କୋଭିଡ୍ ହସ୍ପିଟାଲର ବେଡ୍ ସଂଖ୍ୟା ୨୫୦କୁ ବଢ଼ାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର।  ଆଜି ବୁର୍ଲା ଭୀମସାରରେ ସମ୍ବଲପୁର, ଝାରସୁଗୁଡା ଏବଂ ବରଗଡ ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।

ସୂଚନାଯୋଗ୍ୟ ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ୧,୭୮୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ପାର୍‌ କରିଛି। ୨୪ ଘଣ୍ଟାରେ ରାଜ୍ୟରେ ୨,୨୬୭ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ଯାଜପୁର, ଗଞ୍ଜାମ ଓ ବଲାଙ୍ଗିରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୩୩କୁ ବୃଦ୍ଧି ପାଇଥିବା ବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୫,୩୫୩ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୩୧୪ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୯୫୩ ରହିଛି।

ସେପଟେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ମାସ୍କ ଚେକିଂ କଡ଼ାକଡ଼ି ହୋଇଛି। ମାସ୍କ ଅମାନିଆଙ୍କ ପାଇଁ କିଛିଦିନ ତଳେ ଜରିମାନା ପରିମାଣ ରାଜ୍ୟ ସରକାର ବଢ଼ାଇଛନ୍ତି। ଯେଉଁମାନେ ମାସ୍କ ପିନ୍ଧି ନଥିବେ ଓ ପ୍ରଥମ ଏବଂ ୨ୟ ଥର ଧରାପଡ଼ିଲେ ସେମାନଙ୍କୁ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ଥର ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ପୂର୍ବରୁ ପ୍ରଥମ ଓ ୨ୟ ଥର ପାଇଁ ଜରିମାନା ୧ ହଜାର ଥିଲା।

Corona News Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ