Advertisment

Action Over Obscene Dance: ନିଶାଙ୍କ ନାଚକୁ ନେଇ କଡ଼ା ଆକ୍ସନ, ବଦଳିଲେ ଉପଜିଲ୍ଲାପାଳ

ବନ୍ଧା ହେଲେ ଆୟୋଜକ, ବଦଳିଲେ ଉପଜିଲ୍ଲାପାଳ। ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ କଡ଼ା ଆକ୍ସନ ନେଇଛି ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପ୍ରଶାସନ। ଅପେରା ପାର୍ଟିରେ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୧୭ ଜଣ ଆୟୋଜକ ଗିରଫ ହୋଇଛନ୍ତି।

Nish Moharana

Nish Moharana Photograph: (OTV)

Advertisment

ନିଶାଙ୍କ ନାଚକୁ ନେଇ ଛତିଶଗଡ଼ରେ ଆକ୍ସନ। ବନ୍ଧା ହେଲେ ଆୟୋଜକ, ବଦଳିଲେ ଉପଜିଲ୍ଲାପାଳ। ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ କଡ଼ା ଆକ୍ସନ ନେଇଛି ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପ୍ରଶାସନ।

Advertisment

ଅପେରା ପାର୍ଟିରେ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ୧୭ ଜଣ ଆୟୋଜକ ଗିରଫ ହୋଇଛନ୍ତି। ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟକୁ ଗତ ୪ରୁ ୧୦ ତାରିଖ ଯାଏଁ ଯାତ୍ରା ପରିବେଷଣ ପାଇଁ ଅନୁମତି ମିଳିଥିଲା।

୯ ତାରିଖରେ ସେଠାରେ ଷ୍ଟେଜ ସୋ କରିଥିଲେ ନିଶା ମହାରଣା। ତାଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ନେଇ ହଙ୍ଗାମା ହୋଇଥିଲା। ଏହାପରେ ଗରିଆବନ୍ଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୦ ତାରିଖରେ ଯାତ୍ରା ବନ୍ଦ ହୋଇଥିଲା।

Advertisment

ଅପେରା ପାଇଁ ଅନୁମତି ଦେଇଥିବାରୁ ଉପଜିଲ୍ଲାପାଳ ତୁଳସୀଦାସ ମକରମଙ୍କୁ ବଦଳି କରାଯାଇଥିବା ବେଳେ ସେଦିନ ଯାତ୍ରା ପରିବେଷଣ ବେଳେ ଉପସ୍ଥିତ ଥିବା ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ସୂଚନା ଦେଇଛନ୍ତି ଗରିଆବନ୍ଦ ଜିଲ୍ଲାପାଳ। ଆଗକୁ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହେବ ସେଥିପ୍ରତି କଡ଼ା ନଜର ରଖାଯାଇଥିବା ଗରିଆବନ୍ଦ ଅତିରିକ୍ତ ଏସପି କହିଛନ୍ତି।

ଛତିଶଗଡ଼ରେ ଯାତ୍ରାରେ ଅଶ୍ଳୀଳ ଆଇଟମ୍ ଡ୍ୟାନ୍ସକୁ ନେଇ ପ୍ରଶାସନର ଆକ୍ସନ ପରେ ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଛତିଶଗଡ଼ ଭଳି ଓଡ଼ିଶାରେ ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? କଡ଼ା ଆକ୍ସନ ନେବେ କି ରାଜ୍ୟ ସରକାର ? ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ? ଯାତ୍ରାରେ ଅଶ୍ଳୀଳ ଡ୍ୟାନ୍ସ କରାଉଥିବା ଆୟୋଜକଙ୍କ ବିରୋଧରେ ଛତିଶଗଡ଼ ଭଳି ଆକ୍ସନ ହେବ କି ?  

Advertisment

Yatra Nisha Maharana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ