Advertisment

Action on Officer Over Stampede: ପୁରୀ ରଥଯାତ୍ରା ସମୟରେ ଦଳଚକଟା ଘଟଣା , ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ

ପୁରୀ ରଥଯାତ୍ରା ସମୟରେ ଦଳଚକଟା ଘଟଣାରେ ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ। ପୁରୀରେ ରଥଯାତ୍ରା ସମୟରେ ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଦାୟିତ୍ୱରେ ଅବହେଳା ପାଇଁ ପୁରୀର ସହକାରୀ ବନ ସଂରକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।

PURI

PURI Photograph: (OTV)

Advertisment

ପୁରୀ ରଥଯାତ୍ରା ସମୟରେ ଦଳଚକଟା ଘଟଣାରେ ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ। ପୁରୀରେ ରଥଯାତ୍ରା ସମୟରେ ଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଦାୟିତ୍ୱରେ ଅବହେଳା ପାଇଁ ପୁରୀର ସହକାରୀ ବନ ସଂରକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ।

Advertisment

ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। 30 ଦିନ ଭିତରେ ନିଜର ମତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣା ଦିନ ଏସିଏଫ ଅଶୋକ ବେହେରା ଏବଂ ପୋଲିସ ବିଭାଗର ଅନ୍ୟ ଅଧିକାରୀମାନଙ୍କୁ ଗୁଣ୍ଡିଚା ମନ୍ଦିର ନିକଟରେ କାର୍ଯ୍ୟ କରିିବା ନେଇଜିଲ୍ଲା ନିୟନ୍ତ୍ରଣ କକ୍ଷରେ ଦାୟିତ୍ୱ ଦିଆଯାଇଥିଲା।

ପୋଲିସ ସହ ସମନ୍ୱୟ ରଖି କ୍ରାଉଡ ମ୍ୟାନେଜମେଣ୍ଟ କରିବାର ଥିଲା। ସେଥିରେ ଅବହେଳା ହୋଇଥିବା ଅନୁ ଗର୍ଗ ରିପୋର୍ଟରେ ଦର୍ଶାଇବା ପରେ ଆକ୍ସନ ନିଆଯାଇଛି। ତାଙ୍କ ସହ ସେତେବେଳେ କଣ୍ଟ୍ରୋଲ ରୁମରେ ଦାୟିତ୍ୱରେ ଥିବା ଆଉ 4 ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛି ଗୃହ ବିଭାଗ।

Advertisment

ଜଣେ ସହକାରୀ ଜିଲ୍ଲାପାଳ, 2 ଜଣ ଅତିରିକ୍ତ ତହସିଲଦାର ଏବଂ ଜଣେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି। ପୂର୍ବରୁ ୭ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁଁ ସୁପାରିଶ ହୋଇଥିଲା… 

ପୁରୀ ରଥଯାତ୍ରା ସମୟରେ ଦଳଚକଟା ଘଟଣା
ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ
ସହକାରୀ ବନ ସଂରକ୍ଷକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ଏସିଏଫ ଅଶୋକ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
୩୦ ଦିନ ଭିତରେ ନିଜର ମତ ରଖିବାକୁ ନିର୍ଦ୍ଦେଶ 
ଦାୟିତ୍ବରେ ଅବହେଳା କରିଥିବା ରିପୋର୍ଟରେ ପ୍ରକାଶ 
ମୋଟ୍ ୫ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ