Advertisment

Abandoned Ration Warehouse in Kendrapada: କେନ୍ଦ୍ରାପଡାରେ ପରିତ୍ୟକ୍ତ ରାସନ ଗୋଦାମ, ଜନଅସନ୍ତୋଷ

୨୦୦୩ ମସିହାରେ ବ୍ଲକ୍ କାର୍ଯ୍ୟଳୟରେ ପରିସରରେ ଗୋଦାମ ଗୃହ ନିର୍ମାଣ କରାଯାଇ ଥିଲା। କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ମାର୍ଶାଘାଇ ବ୍ଲକ୍ ପରିସରରେ ଥିବା ୫୦୦ସହ ମେଟ୍ରିକ୍ ଟନ୍ ଗୋଦାମ ଗୃହଟି ଏବେ ଭୂତ କୋଠୀ ପାଲଟିଛି।

Abandoned Ration Warehouse in Kendrapada

କେନ୍ଦ୍ରାପଡାରେ ପରିତ୍ୟକ୍ତ ରାସନ ଗୋଦାମ Photograph: (OTV)

Advertisment

ପ୍ରାକୃତିକ ବିପର୍ଯ୍ୟୟ ଓ ନଦୀ ନାଳ ଘେରା କେନ୍ଦ୍ରାପଡା ଜିଲ୍ଲାର ସାଧାରଣ ଲୋକଙ୍କ ନିକଟରେ ଯେଭଳି ରାସନ୍ ସାମଗ୍ରୀ ପହଞ୍ଚଯାଇ ପାରିବ। ଏହାକୁ ଦୃଷ୍ଟିରେ ରଖି ୨୦୦୩ ମସିହାରେ ବ୍ଲକ୍ କାର୍ଯ୍ୟଳୟରେ ପରିସରରେ ଗୋଦାମ ଗୃହ ନିର୍ମାଣ କରାଯାଇ ଥିଲା। କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ ମାର୍ଶାଘାଇ ବ୍ଲକ୍ ପରିସରରେ ଥିବା ୫୦୦ସହ ମେଟ୍ରିକ୍ ଟନ୍ ଗୋଦାମ ଗୃହଟି ଏବେ ଭୂତ କୋଠୀ ପାଲଟିଛି।

Advertisment

ଏଠାରୁ ୨୪ଟି ପଂଚାୟତର ଖୁଚୁରା ବିକ୍ରୟ କେନ୍ଦ୍ରକୁ କମ୍ ଖର୍ଚ୍ଚରେ ରାସନ୍ ସାମଗ୍ରୀ ପହଞ୍ଚାଯାଇ ପାରୁଥିଲା। ଏଠାରେ ରିଲିଫ ସାମଗ୍ରୀ ଗଚ୍ଛିତ ଓ ରିଲିଫ ଅପରେସନ ପାଇଁ ଚୁଡ଼ା, ଚାଉଳ, ଗହମ, ଚିନି, ପଲିଥିନ ଆଦି ରଖା ଯାଉଥିଲା। ଫଳରେ ୨୦ଟି ପଂଚାୟତ ବିପନ୍ନଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚିବାରେ କୌଣସି ସମସ୍ୟା ସୃଷ୍ଟି ହେଉ ନଥିଲା। 

ବର୍ତ୍ତମାନ ରକ୍ଷଣା ବେକ୍ଷଣ ଓ ମରାମତି ଅଭାବରୁ ଗୋଦାମ ଗୃହ ଚାରିପଟେ ଅନାବନା ଗଛ ଲତା ମାଡିଗଲାଣି। ଚାରିପଟେ ବଡ ବଡ ଗଛ ହେବାରୁ ଚାରିଆଡ଼େ ଫାଟ ସୃଷ୍ଟି ହେଲାଣି। ତେବେ ଏହି ଗୋଦାମ ଗୃହକୁ ରାଜ୍ୟ ଯୋଗାଣ ବିଭାଗ ତରଫରୁ ବନ୍ଦ କରାଯାଇଛି। ଫଳରେ ବ୍ଲକର ଏକ ଲକ୍ଷ୍ୟରୁ ଅଧିକ ହିତାଧିକାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

Advertisment

ହିତାଧିକାରୀଙ୍କ ପାଇଁ, ୨୦ କିମି ମହାକାଳପଡା ବ୍ଲକ ମସାକଣି ଏଫସିଆଇ ଗୋଦାମ ଗୃହରୁ ମାଲ ପରିବହନ କରାଯାଉଛି। ୨୦ଟି ପଂଚାୟତର ୧୪୬ଟି ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ପାଇଁ ପରିବହନ ଖର୍ଚ୍ଚ ଅହେତୁକ ବୃଦ୍ଧି ଘଟୁଛି। ଅନ୍ୟ ପଟରେ ବ୍ଲକ ପରିସରରେ ଥିବା ଏହି ଗୋଦାମ ଗୃହକୁ ବନ୍ଦ କରାଯାଇ କାହା ସ୍ୱାର୍ଥରେ ମାଲ ପରିବହନ ବାବଦକୁ ଖର୍ଚ୍ଚ ଯୋଗାଣ ବିଭାଗ ଅଧିକ ଖର୍ଚ୍ଚ କରୁଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଜିଲ୍ଲାପାଳଙ୍କୁ ଅବଗତ କରାଯିବାରୁ ସେ କହିଛନ୍ତି ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇ ବ୍ୟବସ୍ଥା ଗ୍ରହଣ କରାଯିବ।
ଅନ୍ୟପକ୍ଷରେ ଏହି ପରିତ୍ୟକ୍ତ ଗୋଦାମ ଘରକୁ ପୁନରଉଦ୍ଧାର କରିବା ପାଇଁ ଯୋଗାଣ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଞ୍ଚଳବାସୀ ବାଦି କରିଛନ୍ତି।

Odisha Kendrapada Ration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ