Advertisment

Rich in Mythology but Lost to Neglect: ଏହି ସ୍ଥାନ ସହ ଜଡିତ ରହିଛି ପୌରାଣିକ କିମ୍ୱଦନ୍ତୀ, ଅବହେଳିତ ବ୍ୟାସ ସରୋବର ଚମକିବ କେବେ ?

ଟିଭିରେ ମହାଭାରତର ଯୁଦ୍ଧ ଯାହା ଦେଖିଥିଲେ ସେ ସବୁ ଆପଣ ଏଇଠି ଦେଖିପାରିବେ । ଯୁଦ୍ଧ କ୍ଷେତ୍ରରେ ଯାହା ଘଟିଥିଲା ଆପଣ ନିମ୍ନ ଭିଡିଓରୁ ସେ ସବୁ ଜାଣିବାକୁ ପାଇବେ । କିଭଳି ଥିଲା ଶ୍ରୀକୃଷ୍ଣଙ୍କ ବିଶ୍ବରୂପ ?

MYTHOLOGY

MYTHOLOGY Photograph: (OTV)

Advertisment

ଟିଭିରେ ମହାଭାରତର ଯୁଦ୍ଧ ଯାହା ଦେଖିଥିଲେ ସେ ସବୁ ଆପଣ ଏଇଠି ଦେଖିପାରିବେ । ଯୁଦ୍ଧ କ୍ଷେତ୍ରରେ ଯାହା ଘଟିଥିଲା ଆପଣ ନିମ୍ନ ଭିଡିଓରୁ ସେ ସବୁ ଜାଣିବାକୁ ପାଇବେ । କିଭଳି ଥିଲା ଶ୍ରୀକୃଷ୍ଣଙ୍କ ବିଶ୍ବରୂପ ? ପିତାମହ ଭୀଷ୍ମ କିପରି ଶରଶଯ୍ୟା ହୋଇଥିଲେ ?

Advertisment

ସୁଦର୍ଶନ ଚକ୍ରଙ୍କ ଭୂମିକା ମହାଭାରତରେ କ’ଣ ଥିଲା ? ଅଭିମନ୍ୟୁଙ୍କ ଚକ୍ରବ୍ୟୁହ କିପରି ରଚିଥିଲେ କୌରବ ? ଏମିତି ଅନେକ କିଛି ପୌରାଣିକ କାହାଣୀ ଆପଣଙ୍କୁ ଦେଖିବାକୁ ମିଳିବ । ଯାଜପୁର ଜିଲ୍ଲାର ଏ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବର ଆପଣଙ୍କ ସେ ଅଭୁଲା ପିଲାଦିନକୁ ପୁଣି ଥରେ ମନେପକାଇଦେଇ ଆଧ୍ୟାତ୍ମିକତାରେ ଆପଣଙ୍କୁ ହଜାଇ ଦେବ । ହେଲେ ପ୍ରଶାସନର ଅବହେଳା ବ୍ୟାସ ସରୋବର ଭାଗ୍ୟକୁ ଧୀରେଧୀରେ ଅନ୍ଧାର କରିଦେଇଛି । 

ଗତ ୧୦ ମାସ ତଳେ ସରୋବର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକାର୍ପିତ କରିଥିଲେ । ୨୯୪ ଏକର ଜମିରେ ଏହାର ଉନ୍ନତିକରଣ ରୂପ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିପାଇଁ ଡିଏମଏଫରୁ ୬୦ କୋଟି ଟଙ୍କା ବିନିଯୋଗ ମଧ୍ୟ ହୋଇଥିଲା ।

Advertisment

ସୋନ୍ଦର୍ଯ୍ୟ ହରାଇଲାଣି

ପରେ ବ୍ୟାସ ସରୋବରର ରୂପରେଖ ଚମକି ଉଠିଥିଲା, କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହି ପ୍ରକଳ୍ପ ସୋନ୍ଦର୍ଯ୍ୟ ହରାଇଲାଣି । ଅନେକ ମୂର୍ତ୍ତି ଭାଙ୍ଗିଗଲାଣି । ବଗିଚା ଅନାବନା ଘାସରେ ପୂରି ଉଠିଥିବାବେଳେ ତିଆରି ହୋଇଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକରୁ ରଙ୍ଗ ଛାଡ଼ିଗଲାଣି । ଯାହାଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । 

ଆଲୋକୀକରଣ ବ୍ୟବସ୍ଥା ନଥିବାରୁ ସଞ୍ଜ ହେଲେ ବ୍ୟାସ ସରୋବର ଅଧା ଅନ୍ଧାର ହୋଇପଡୁଛି । ପୂର୍ବ ସରକାର ଏହି ସ୍ଥାନକୁ ତିନି ତିନି ଥର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି । କିନ୍ତୁ ମାନ୍ୟତା କେବଳ ଫଳକରେ ସୀମିତ ରହିଛି । ଯଥାଶୀଘ୍ର ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଜିଲ୍ଲା ପ୍ରଶାସନ ଏବଂ ସରକାରଙ୍କୁ ନିବେଦନ କରିଛନ୍ତି ପର୍ଯ୍ୟଟକ ଓ ବୁଦ୍ଧିଜୀବୀ । ସ୍ଥାନୀୟ ଲୋକ ବି ଦାବି କରୁଛନ୍ତି ।

Advertisment

Lies In Neglect Indian Mythology
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ