Advertisment

ସ୍ୱାମୀ କରୁଥିଲେ ତୃତୀୟ ବିବାହ , ପହଞ୍ଚିଗଲେ ଦ୍ୱିତୀୟ ପତ୍ନୀ

ଯାଜପୁର( ଅଭୟ ପତି) : ଗୋଟିଏ କି ଦୁଇଟି ନୁହେଁ ତିନି ତିନିଟି ବିବାହ। ପ୍ରଥମ ସ୍ତ୍ରୀଠୁ ଛାଡ଼ପତ୍ର ଓ ଦ୍ୱିତୀୟ ସ୍ତ୍ରୀକୁ ଛାଡ଼ି ପଳାଇବା ପରେ ଏବେ ତୃତୀୟ ବିବାହ କରୁଛନ୍ତ । ଯାଜପୁର ପାଣିକୋଇଲି ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଇମ୍ରାନ୍ ଖାନ୍ ନାମକ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଠୁ ଛାଡ଼ପତ୍ର ପରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିଲେ। ହେଲେ ବିବାହର କିଛି ମାସ ପରେ ସ୍ତ୍ରୀକୁ […]

ସ୍ୱାମୀ କରୁଥିଲେ ତୃତୀୟ ବିବାହ , ପହଞ୍ଚିଗଲେ ଦ୍ୱିତୀୟ ପତ୍ନୀ

husband--

Advertisment

ଯାଜପୁର( ଅଭୟ ପତି) : ଗୋଟିଏ କି ଦୁଇଟି ନୁହେଁ ତିନି ତିନିଟି ବିବାହ। ପ୍ରଥମ ସ୍ତ୍ରୀଠୁ ଛାଡ଼ପତ୍ର ଓ ଦ୍ୱିତୀୟ ସ୍ତ୍ରୀକୁ ଛାଡ଼ି ପଳାଇବା ପରେ ଏବେ ତୃତୀୟ ବିବାହ କରୁଛନ୍ତ । ଯାଜପୁର ପାଣିକୋଇଲି ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି।

Advertisment

ଇମ୍ରାନ୍ ଖାନ୍ ନାମକ ଜଣେ ବ୍ୟକ୍ତି ପ୍ରଥମ ସ୍ତ୍ରୀଠୁ ଛାଡ଼ପତ୍ର ପରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଦ୍ୱିତୀୟ ବିବାହ କରିଥିଲେ। ହେଲେ ବିବାହର କିଛି ମାସ ପରେ ସ୍ତ୍ରୀକୁ ଛାଡ଼ି ଛୁ ମାରିଥିଲେ । ଗତ ଦୁଇ ବର୍ଷ ଧରି ଫେରାର ରହିବା ପରେ ଗତ ୧୦ ତାରିଖ ଦିନ କୋରେଇ ଥାନା ମାଲଦା ଗାଁରେ ପୁଣି ଥରେ ବିବାହ କରିବାକୁ ପହଞ୍ଚିଥିଲେ ଇମ୍ରାନ୍।

ଯାହାର ସୁରାକ ପାଇଁ ତାଙ୍କ ଦ୍ୱିତୀୟ ସ୍ତ୍ରୀ ମଙ୍ଗଳପୁର ଥାନାରେ ଫେରାଦ ହୋଇଥିଲେ। ହେଲେ ପୋଲିସ୍ ତଦନ୍ତ କରିବା ପରିବର୍ତ୍ତେ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଦ୍ୱିତୀୟ ପତ୍ନୀ । ପୁଲିସ୍ କାର୍ଯ୍ୟାନୁଷ୍ଠାନ ନନେବାରୁ ସେ ଇମ୍ରାନ୍ ବିବାହ କରୁଥିବା ଗାଁରେ ପହଞ୍ଚିଥିଲେ । ବିବାହ ପାଇଁ ଅପେକ୍ଷା କରିଥିବା ବେଳେ ଇମ୍ରାନ୍‌ଙ୍କୁ ନେହୁରା ହୋଇଥିଲେ ତାଙ୍କ ପତ୍ନୀ । ହେଲେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ମାନେ ତାଙ୍କୁ ସେଠୁ ତଡ଼ି ଦେଇଥିଲେ।

Advertisment

ଇମ୍ରାନଙ୍କ ନାଁରେ ଅଭିଯୋଗ କରିବା ସହ କୋରେଇ ଥାନାରେ ଫେରାଦ ହୋଇଥିଲେ ପୀଡ଼ିତା। ହେଲେ ମାମଲା ରଖିବା ପରିବର୍ତ୍ତେ ଏହାପୂର୍ବରୁ ମଙ୍ଗଳପୁର ଥାନାରେ କେସ୍ ଥିବାରୁ ପୁଲିସ୍ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛି। ସେପଟେ ପୁଲିସ୍ ଉପରେ ଲାଗିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ମିଳିପାରିନି ।

ଦେଖନ୍ତୁ ଭିଡ଼ିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ