Advertisment

ହଜିଗଲା ମାନବିକତା: ହସ୍ପିଟାଲ ଆଗରେ ଛଟପଟ ହୋଇ ଜୀବନ ହାରିଲେ

ଢେଙ୍କାନାଳ: ହଜିଗଲା ମାନବିକତା। ରୋଗୀଙ୍କୁ ଚିକିତ୍ସା କରିବା ତ ଦୂରର କଥା, ଆହା ପଦେ କହିବା ପାଇଁ ବି କେହି ବାହାରିଲେନି। ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ମେଡିକାଲ ପରିସରରେ ତଳେ ପଡ଼ିଛନ୍ତି ଜଣେ ରୋଗୀ ଆଉ ତାଙ୍କୁ ଚିକିତ୍ସା କରାଇବାକୁ ନେହୁରା ହେଉଛନ୍ତି ଜଣେ ମହିଳା। ମାତ୍ର ସେଠାରେ ଥିବା ସୁରକ୍ଷାକର୍ମୀ କି ଅନ୍ୟ କୌଣସି କର୍ମଚାରୀ ସହାୟତା ପାଇଁ ଆଗେଇ ଆସୁନାହାନ୍ତି। ମହିଳା ଜଣକ କୌଣସି ଉପାୟ ନପାଇ ରୋଗୀଙ୍କ […]

ହଜିଗଲା ମାନବିକତା: ହସ୍ପିଟାଲ ଆଗରେ ଛଟପଟ ହୋଇ ଜୀବନ ହାରିଲେ

119485720_371370777603882_7484724167499402887_n

Advertisment

ଢେଙ୍କାନାଳ: ହଜିଗଲା ମାନବିକତା। ରୋଗୀଙ୍କୁ ଚିକିତ୍ସା କରିବା ତ ଦୂରର କଥା, ଆହା ପଦେ କହିବା ପାଇଁ ବି କେହି ବାହାରିଲେନି। ଢେଙ୍କାନାଳ ମୁଖ୍ୟଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ। ମେଡିକାଲ ପରିସରରେ ତଳେ ପଡ଼ିଛନ୍ତି ଜଣେ ରୋଗୀ ଆଉ ତାଙ୍କୁ ଚିକିତ୍ସା କରାଇବାକୁ ନେହୁରା ହେଉଛନ୍ତି ଜଣେ ମହିଳା।

Advertisment

publive-imageମାତ୍ର ସେଠାରେ ଥିବା ସୁରକ୍ଷାକର୍ମୀ କି ଅନ୍ୟ କୌଣସି କର୍ମଚାରୀ ସହାୟତା ପାଇଁ ଆଗେଇ ଆସୁନାହାନ୍ତି। ମହିଳା ଜଣକ କୌଣସି ଉପାୟ ନପାଇ ରୋଗୀଙ୍କ ଛାତିକୁ ଦବାଉଛନ୍ତି, ଆଉ ନିଜେ ରୋଗୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି। 

ତଳେ ପଡ଼ିଥିବା ବ୍ୟକ୍ତି ଜଣଙ୍କ ଅନୁଗୁଳର ଜଣେ ସରକାରୀ କର୍ମଚାରୀ ଓ ତାଙ୍କ ଘର ଢେଙ୍କାନାଳରେ ବୋଲି ଜଣାପଡ଼ିଛି। ସେ ଗତକାଲି କୋଭିଡ୍ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ମାତ୍ର କୋଭିଡ୍ ପଜିଟିଭ୍ ବାହାରିବା ପରେ ବ୍ୟକ୍ତି ଜଣକ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସିଡିଏମ୍ଓ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: