cyclone
ଭୁବନେଶ୍ୱର: କରୋନା ସାଙ୍ଗକୁ ମାଡ଼ି ଆସୁଛି ବାତ୍ୟା ଭୟ। ଆରବସଗାରରେ ତାଉତେ ତାଣ୍ଡବ ପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଆସନ୍ତା ୨୨ ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଉତ୍ତର ଆଣ୍ଡାମାନ ସାଗର ଅଂଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଇଏମଡି। ଏହାର ପ୍ରଭାବ ଓଡ଼ିଶା, ପଶ୍ଚିମବଙ୍ଗ ଉପରେ ପଡ଼ିପାରେ ବୋଲି ଅନୁମାନ କରାଯାଉଛି। ୨୫ରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ ବୋଲି ଓଟିଭିକୁ IMD ଡିଜି ମୃତ୍ୟୁ ଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଶ୍ରୀ ମହାପାତ୍ର କହିଛନ୍ତି, ୨୨ରେ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ୨୨ ପରେ ଘନୀଭୂତ ହୋଇ ୭୨ ଘଣ୍ଟା ପରେ ଏହା ବାତ୍ୟାର ରୂପ ନେବ। ବାତ୍ୟାରେ ପରିଣତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ। ବର୍ତ୍ତମାନ ଆକଳନ ଅନୁଯାୟୀ ୨୬ ତାରିଖ ସକାଳେ ଉପକୂଳ ଛୁଇଁବ। ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବା ଅନୁମାନ କରାଯାଉଛି। ତେବେ କେଉଁଠି ଉପକୂଳ ଛୁଇଁବ ଏବେଠୁ କହିବା ସମ୍ଭବ ନୁହେଁ ବୋଲି ଆଇଏମଡି ଡିଜି କହିଛନ୍ତି।
ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ନିଶ୍ଚୟ ପଡ଼ିବ। ୨୫ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇପାରେ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବିମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଇଛନ୍ତି ଆଇଏମଡି ଡିଜି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cyclone-1_1621416449.jpg)