Advertisment

Family from Jajpur: ଦୁଃଖ ଶୁଣିଲା କାଳିଆ, ସୁସ୍ଥ ହେଲା ପୁଅ...ଜଗା ତୁ ସତରେ ଯାଦୁଗର

ଦୁଃଖ ଶୁଣିଲା କାଳିଆ। ଅସୁସ୍ଥ ପୁଅ ସାମାନ୍ୟ ସୁସ୍ଥ ହେବା ପରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ କରିଛନ୍ତି ପରିବାର। ଯାଜପୁରୁର ଗାୟତ୍ରୀ ବେହେରାଙ୍କ ପୁଅ ବାରମ୍ବାର ନିମୋନିଆ ରୋଗରେ ପୀଡିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲା।

DUKHA-SUNILA-KALIA

DUKHA-SUNILA-KALIA Photograph: (OTV)

Advertisment

ଦୁଃଖ ଶୁଣିଲା କାଳିଆ। ଅସୁସ୍ଥ ପୁଅ ସାମାନ୍ୟ ସୁସ୍ଥ ହେବା ପରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦଣ୍ଡ ପ୍ରଣାମ କରିଛନ୍ତି ପରିବାର। ଯାଜପୁରୁର ଗାୟତ୍ରୀ ବେହେରାଙ୍କ ପୁଅ ବାରମ୍ବାର ନିମୋନିଆ ରୋଗରେ ପୀଡିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲା। ଏନେଇ ଗାୟତ୍ରୀ ଓ ତାଙ୍କ ସ୍ବାମୀ ପୁଅକୁ ଧରି ମହାପ୍ରଭୁଙ୍କ ନିକଟରେ ଶରଣ ପଶିଥିଲେ। ଏବେ ସାମାନ୍ୟ ଭଲ ହେବା ପରେ ଆଜି ଗାୟତ୍ରୀ ଗୁଣ୍ଡିଚା ମନ୍ଦିର ପାଖରୁ ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିର ପର୍ଯନ୍ତ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପୁଅର ଦୀର୍ଘାୟୁ କାମନା କରିଛନ୍ତି।

Advertisment

ସେପଟେ ପ୍ରକାଶ ଭୋଇଙ୍କ କାହାଣୀ ବି ଚର୍ଚ୍ଚାରେ ରହିଛି । ସେ ନିଜ ପୁଅ ନିଖିଲକୁ ସାଥିରେ ଧରି ସୁଦୂର ରାଜସ୍ଥାନରୁ ଆସିଛନ୍ତି। ପ୍ରକାଶଙ୍କ କହିବା କଥା ବର୍ଷେ ପୂର୍ବରୁ ତାଙ୍କ ପୁଅକୁ ବାତ ମାରିଥିଲା। ଦୀର୍ଘଦିନ ଧରି ଅହମ୍ମଦାବାଦର ଏକ ହସ୍ପିଟାଲରେ ଚିକିତ୍ସା ପରେ ବି ଭଲ ହେଲାନି ବରଂ ବେଶି ବିଗିଡିବାରେ ଲାଗିଲା। ଡାକ୍ତର ହାତ ଟେକି ଦେଇ ଭଗବାନକୁ ଡାକ ବୋଲି କହିଥିଲେ। ଭଗବାନ କହିଲେ ପ୍ରକାଶଙ୍କୁ କେବଳ ମହା ପ୍ରଭୁ ଜଗନ୍ନାଥଙ୍କ ମୁହଁ ଦିଶିଲା। ବାସ୍ ସେଇଠୁ ପୁଅକୁ କାନ୍ଧରେ ପକାଇ ସିଧା ଧାଇଁଆସିଲେ ପୁରୀ। ଆଉ ନଭେମ୍ବର ୮ରେ ଅସୁସ୍ଥ ପୁଅକୁ ଶ୍ରୀମନ୍ଦିର ଆଣି ପ୍ରକାଶ ମହାପ୍ରଭୁଙ୍କୁ ଟେକିଦେଇଥିଲେ । ଏହାପରେ ଘରକୁ ଫେରି ଦେଖିଥିଲେ ଚମତ୍କାର। କୋମାରେ ଥିବା ନିଖିଳ କିଛିଦିନ ପରେ କୁଆଡ଼େ ହଠାତ ହାତଗୋଡ଼ ହଲାଇବା ସହ ଆଖି ଖୋଲି ଚକା ଆଖିକୁ ଚାହିଁଥିଲେ। ପୁଅର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଆଜି ପୁଣିଥରେ ମହାପ୍ରଭୁଙ୍କ ପାଖକୁ ପୁଅକୁ ନେଇଆସିଥିଲେ ପ୍ରକାଶ।... 

ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ପୁଅ ଯେ ନିଶ୍ଚୟ ଭଲ ହୋଇଯିବ ସେ ଆଶା ଢେର ବଢ଼ିଯାଇଛି ପ୍ରକାଶଙ୍କର। ଆଉ ରାଜସ୍ଥାନରୁ ଆସିଥିବା ଜଗନ୍ନାଥଙ୍କ ଏ ଭକ୍ତଙ୍କ ପୁଅ କିପରି ସୁସ୍ଥ ହୋଇ ଫେରିବ ସେନେଇ ତତ୍ପରତା ବି ଦେଖାଇଛି ପ୍ରଶାସନ। ନିଖିଲକୁ ପୁରୀ ହସ୍ପିଟାଲରେ ରଖାଯାଇ ସେଠାରେ ଚିକିତ୍ସା ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ