Advertisment

A Daily Battle with Death: ଅଥଳ ନଦୀରେ ଜୀବନର ସଂଘର୍ଷ

ଅଥଳ ନଦୀରେ ଜୀବନର ସଂଘର୍ଷ। ପେଟ ପାଇଁ ଚାଲିଛି ମୃତ୍ୟୁ ସହ ଲଢ଼େଇ। ଦେଶ ସ୍ୱାଧିନତାକୁ ୭୦ବର୍ଷ ପୂରିବାକୁ ବସିଲାଣି। ତଥାପି ଦୁଃଖ ସରୁନି। ଭୋକର ନିଆଁ ଲିଭାଇବାକୁ ଏମାନେ ଏଇମିତି ନିଇତି ମୃତ୍ୟୁ ସହ ଖେଳନ୍ତି ଲୁଚକାଳି ଖେଳ।

A Daily Battle with Death

ଅଥଳ ନଦୀରେ ଜୀବନର ସଂଘର୍ଷ Photograph: (OTV)

Advertisment

ଅଥଳ ନଦୀରେ ଜୀବନର ସଂଘର୍ଷ। ପେଟ ପାଇଁ ଚାଲିଛି ମୃତ୍ୟୁ ସହ ଲଢ଼େଇ। ଦେଶ ସ୍ୱାଧିନତାକୁ ୭୦ବର୍ଷ ପୂରିବାକୁ ବସିଲାଣି। ତଥାପି ଦୁଃଖ ସରୁନି। ଭୋକର ନିଆଁ ଲିଭାଇବାକୁ ଏମାନେ ଏଇମିତି ନିଇତି ମୃତ୍ୟୁ ସହ ଖେଳନ୍ତି ଲୁଚକାଳି ଖେଳ। 

Advertisment

ଏମିତି ଏକ ଦୃଶ୍ୟ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ଟାବେରୁ ଗାଁରୁ ଆସିଛି। ବଣ-ପାହାଡ଼ ଘେରା ନିପଟ ମଫସଲ ଗାଁ ହେଉଛି ଟାବେରୁ। ନିଇତି ନ ଖଟିଲେ ଏମାନଙ୍କ ଚୁଲି ଜଳେନି। ଉଚ୍ଛୁଳା ନଦୀ ପାର ହେଲେ ରୋଜଗାରର ବାଟ ଫିଟେ। ପେଟ-ପାଟଣା ପାଇଁ ସମସ୍ତେ ଘର ଆଗରେ ଲାଉ ତୁମ୍ବା ଓ ପ୍ଲାଷ୍ଟିକ ବୋତଲକୁ ସାଇତି ରଖନ୍ତି। କାରଣ ଟାବେରୁ ଗାଁରେ ଲୋକ ରହୁଥିବା ବେଳେ ନଦୀ ଆର ପଟେ ରହିଛି ସେମାନଙ୍କ ଚାଷ ଜମି।

ଏହି ଖବରର ଭିଡିଓ ଦେଖିବା ପାଇଁ ତଳେ କ୍ଲିକ୍ କରନ୍ତୁ:

ଗାଁର ଲୋକେ ସତେ ଯେମିତି ପାଲଟିଛନ୍ତି ପ୍ରଶାସନର ସାବତପୁଅ। ବାରମ୍ବାର ଗୁହାରି ପରେ ବି ପ୍ରଶାସନ ଏମାନଙ୍କ କଥାକୁ କର୍ଣ୍ଣପାତ କରୁ ନାହିଁ। ତେଣୁ ନିଜ ଭାଗ୍ୟ ଓ କର୍ମକୁ ଆଦରି ରାତି ପାହିଲେ ମରଣ ସହ ମୁହାଁ ମୁହିଁ ହେବାକୁ ପଡେ। ଆଉ ନଦୀର କରାଳ ରୂପର ମୁକାବିଲା କରିବାକୁ ଏହି ସରଳ ନିଷ୍କପଟ ଗାଁଲୋକେ କରିଛନ୍ତି ଦେଶୀ ଜୁଗାଡ଼। ଯାହାକୁ ଦେଖିଲେ ଆପଣ ବି ଘଡ଼ିଏ ଭାବିବାକୁ ବାଧ୍ୟ ହେବେ। କାରଣ ରାତି ପାହିଲେ ଗାଁ ଲୋକେ ନଦୀରେ ପଶୁଥିବା ବେଳେ ସେମାନେ କାନ୍ଧେଇ ନେଉଛନ୍ତି ହଳ, ଜୁଆଳି, ଆଉ କୋଦାଳ। ଏଥିସହ ନଦୀ ପାର ହେବାକୁ ସେମାନଙ୍କ ଭରସା ପାଲଟିଛି ଲାଉ ତୁମ୍ବା ଓ ଖାଲି ପ୍ଲାଷ୍ଟିକ ବୋତଲ।

Advertisment

ବର୍ଷ ବର୍ଷ ଧରି ଏଭଳି ବିପଦପୂର୍ଣ୍ଣଭାବେ ଗ୍ରାମବାସୀ ନଦୀ ପାର ହୁଅନ୍ତି। ଚାଷ ନ କଲେ ଗୁଜୁରାଣ ମେଣ୍ଟିବା କଷ୍ଟକର। ବର୍ଷା ଦିନ ଆସିଲେ ଏଠାର ଲୋକଙ୍କ ପ୍ରତି ବିପଦ ଆହୁରି ବଢ଼ିଯାଏ। ଅନେକ ସମୟରେ ଅକାଳରେ ଜୀବନ ଝଡ଼ିଯାଏ। ଏନେଇ ପ୍ରଶାସନ ନିକଟରେ ପୋଲଟିଏ ପାଇଁ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନାହିଁ।

Malkangiri Bridge Problem River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ