Advertisment

କୋଭିଡରୁ ସୁରକ୍ଷିତ ରହିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ: ମାନିବାକୁ ପଡିବ ୯ ନିୟମ

ଭୁବନେଶ୍ଵର: କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ SCBର ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ପରାମର୍ଶ ଦେଇଛନ୍ତି। ଉଷୁମ ପାଣି ପିଅନ୍ତୁ, ଲେମ୍ବୁ, ମହୁ ମିଶାଇ ପିଅନ୍ତୁ।  ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ।  କାଢ଼ା ପିଇଲେ ଭଲ। କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ କଫ୍ ସିରପ ଖାଆନ୍ତୁ। ନିଜ ଇଚ୍ଛାରେ ମାତ୍ରାଧିକ କଫ୍ ସିରପ ଖାଆନ୍ତୁ ନାହିଁ, ଖାଇଲେ ଖରାପ ନିୟମିତ ଶୟନ କରନ୍ତୁ।  ସୁଷମ ଖାଦ୍ୟ ସେବନ କରନ୍ତୁ।  ଫୁସଫୁସ […]

କୋଭିଡରୁ ସୁରକ୍ଷିତ ରହିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ: ମାନିବାକୁ ପଡିବ ୯ ନିୟମ

coronavirus-odisha

Advertisment

ଭୁବନେଶ୍ଵର: କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ SCBର ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ପରାମର୍ଶ ଦେଇଛନ୍ତି।

Advertisment
  1. ଉଷୁମ ପାଣି ପିଅନ୍ତୁ, ଲେମ୍ବୁ, ମହୁ ମିଶାଇ ପିଅନ୍ତୁ। 
  2. ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ। 
  3. କାଢ଼ା ପିଇଲେ ଭଲ।
  4. କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ କଫ୍ ସିରପ ଖାଆନ୍ତୁ।
  5. ନିଜ ଇଚ୍ଛାରେ ମାତ୍ରାଧିକ କଫ୍ ସିରପ ଖାଆନ୍ତୁ ନାହିଁ, ଖାଇଲେ ଖରାପ
  6. ନିୟମିତ ଶୟନ କରନ୍ତୁ। 
  7. ସୁଷମ ଖାଦ୍ୟ ସେବନ କରନ୍ତୁ। 
  8. ଫୁସଫୁସ ବେଶି କ୍ଷତି ହେଉଥିବାରୁ ଧୂମପାନ ଠାରୁ ଦୂରେଇ ରୁହନ୍ତୁ।
  9. ମାନସିକ ବିଷାଦ ଥିଲେ ପରିବାର ଓ ବନ୍ଧୁ ଶୁଭେଚ୍ଛୁଙ୍କ ସହ କଥା ହୁଅନ୍ତୁ।

ଓଡ଼ିଶା ରେ କରୋନା ସ୍ଥିତିକୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ା କହିଥିଲେ ଯେ ଶୀତରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। କାରଣ ଶୀତ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ତେଣୁ ସଜାଗ ନ ରହିଲେ ସଂକ୍ରମଣ ବଢ଼ିପାରେ।

Advertisment

ସେ ଆହୁରି କହିଛନ୍ତି, ‘ବର୍ତ୍ତମାନ ସଂକ୍ରମଣ କମିଛି ଓ ଦୈନିକ ୧୫ଶହ ପାଖାପାଖି ରହିଛି। ପୂଜାରେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା, ତେବେ ଲୋକଙ୍କ ସହଯୋଗ ଯୋଗୁ ଏହା କମିଛି। ଓଡ଼ିଶାରେ କରୋନା ରି-ଇନ୍‌ଫେକ୍‌ସନ୍ ହେଉଛି। କିନ୍ତୁ ବହୁତ କମ୍। ILSରେ ଟେଷ୍ଟିଂରେ ୩/୪ ଜଣ ଲୋକଙ୍କୁ ରି-ଇନ୍‌ଫେକ୍‌ସନ୍ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ