Advertisment

ଟ୍ରକ୍‌କୁ ପଛପଟୁ ପିଟିଲା ତୀର୍ଥଯାତ୍ରୀ ଗାଡ଼ି

ସୋର: ବାଲେଶ୍ୱର ଜିଲ୍ଲା NH-୧୬ ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ସମୟରେ ଏକ ୱିଙ୍ଗର୍‌ ଗାଡ଼ି ଟ୍ରକ୍‌କୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଏହି ୯ ଜଣ ତୀର୍ଥଯାତ୍ରୀ ଏକ ୱିଙ୍ଗର୍‌ […]

ଟ୍ରକ୍‌କୁ ପଛପଟୁ ପିଟିଲା ତୀର୍ଥଯାତ୍ରୀ ଗାଡ଼ି

accident

Advertisment

ସୋର: ବାଲେଶ୍ୱର ଜିଲ୍ଲା NH-୧୬ ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସୋର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଆଜି ଭୋର ସମୟରେ ଏକ ୱିଙ୍ଗର୍‌ ଗାଡ଼ି ଟ୍ରକ୍‌କୁ ପିଟିବା ଫଳରେ ଦୁର୍ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ଏହି ୯ ଜଣ ତୀର୍ଥଯାତ୍ରୀ ଏକ ୱିଙ୍ଗର୍‌ ଯୋଗେ ଗୁଜରାଟର ଆରଭାଲ୍ଲି ଜିଲ୍ଲାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ସୋର ଥାନା ଅନ୍ତର୍ଗତ ତଳନଗର ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଗାଡ଼ିଟି ପିଟି ଦେଇଥିଲା। ଏମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।

ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଦୁର୍ଘଟଣାରେ ୱିଙ୍ଗର୍‌ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ