Advertisment

ହାର୍‌ ମାନିଲା ବୟସ: ୮୫ ବର୍ଷ ବୟସରେ ମାଗଣାରେ ଯୋଗ ଶିଖାଉଛନ୍ତି

ପାରଳାଖେମୁଣ୍ଡି: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍‌ ମାନେ। ସେ ବୟସ ହେଉ କି ଆର୍ଥିକ ଅନଟନ। ଇଚ୍ଛା ଥିଲେ ସବୁ କିଛି ସମ୍ଭବପର ହୋଇଥାଏ। ସାରା ବିଶ୍ୱ ଆଜି ଯୋଗ ଦିବସ ପାଳୁଥିବା ବେଳେ ଆମେ ଆଜି…

ଅଦ୍ୟତନ ହୋଇଛି
ହାର୍‌ ମାନିଲା ବୟସ: ୮୫ ବର୍ଷ ବୟସରେ ମାଗଣାରେ ଯୋଗ ଶିଖାଉଛନ୍ତି

old-man-yoga

Advertisment

ପାରଳାଖେମୁଣ୍ଡି: କଥାରେ ଅଛି, ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍‌ ମାନେ। ସେ ବୟସ ହେଉ କି ଆର୍ଥିକ ଅନଟନ। ଇଚ୍ଛା ଥିଲେ ସବୁ କିଛି ସମ୍ଭବପର ହୋଇଥାଏ। ସାରା ବିଶ୍ୱ ଆଜି ଯୋଗ ଦିବସ ପାଳୁଥିବା ବେଳେ ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବା ଯିଏ ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗାଭ୍ୟାସର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମସ୍ତେ ଯୋଗ କରିଥାନ୍ତି। ଯୋଗ ପାଇଁ କୌଣସି ବୟସ ସୀମା ନଥାଏ। ଯାହା ପ୍ରମାଣ କରି ଦେଖାଇଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଲକ୍ଷ୍ମୀ ଚରଣ ପଟ୍ଟନାୟକ। 

Advertisment

ବୟସ ୮୫ ବର୍ଷ, କିନ୍ତୁ ପରିଣତ ବୟସରେ ଲକ୍ଷ୍ମୀ ଚରଣ ନିଜେ ଯୋଗ କରିବା ସହ ଅନ୍ୟମାନଙ୍କୁ ମାଗଣାରେ ଯୋଗ ଶିଖାଉଛନ୍ତି। ଯୋଗ ଶିକ୍ଷା ଦେଇ ନିରୋଗ ରହିବାର ସୂତ୍ର ସେ ଲୋକଙ୍କୁ ଶିଖାଉଛନ୍ତି। ଦୀର୍ଘ ବର୍ଷ ହେଲା ସେ ବିଭିନ୍ନ ଯୋଗ ଶିବିର, ସ୍କୁଲ, କଲେଜରେ ଯୋଗ ଶିଖାଉଛନ୍ତି। ହେଲେ ଏବେ କରୋନା ପାଇଁ ସୀମିତ ଶିକ୍ଷାର୍ଥୀଙ୍କୁ ଯୋଗ ଶିଖାଇବା ସହ ନିଜେ ମଧ୍ୟ ପ୍ରତିଦିନ ଯୋଗ କରୁଛନ୍ତି।

ଯୋଗକୁ ନେଇ ଲକ୍ଷ୍ମୀ ଚରଣ କହିଛନ୍ତି, ‘ଦୀର୍ଘ ୧୩ ବର୍ଷ ହେଲା ମୁଁ ଯୋଗ ଆରମ୍ଭ କରିଛି। ପ୍ରତ୍ୟେକ ଦିନ ୧ ଘଣ୍ଟା ଯୋଗ ଅଭ୍ୟାସ କରୁଛି। ଏହାସହ ଅନ୍ୟମାନଙ୍କୁ ମଧ୍ୟ ଯୋଗ ଶିକ୍ଷା ଦେଉଛି।’

Advertisment

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

ଲକ୍ଷ୍ମୀ ଚରଣଙ୍କଠାରୁ ଯୋଗ ଶିକ୍ଷା ନେଉଥିବା ଜଣେ ବ୍ୟକ୍ତି କହିଛନ୍ତି, ‘ ସେ ଯେଉଁ ବୟସରେ ଯୋଗ ଆରମ୍ଭ କଲେ ଅନ୍ୟମାନେ ଏହା କେବେ ଭାବି ପାରିବେ ନାହିଁ। ୭୦ ବର୍ଷ ବୟସରେ ସେ ଯୋଗ ଆରମ୍ଭ କରିଛନ୍ତି। ବର୍ତ୍ତମାନ ତାଙ୍କୁ ୮୫ ବର୍ଷ ବୟସ ହେଲାଣି। ହେଲେ ଯୋଗ କରି ବର୍ତ୍ତମାନ ସେ ଶରୀରକୁ ଯେଉଁଭଳି ଭାବରେ ସୁସ୍ଥ ରଖିଛନ୍ତି, ତାହା ଗଜପତି ଜିଲ୍ଲାବାସୀଙ୍କ ପାଇଁ ଆଦର୍ଶ।’

Advertisment

ପରିଣତ ବୟସରେ ଯୋଗ ଶିକ୍ଷା ଦେଉଥିବା ଲକ୍ଷ୍ମୀ ଚରଣ ଯୁବପିଢିଙ୍କ ପାଇଁ ଆଦର୍ଶ କହିଲେ ଅତ୍ୟୁକ୍ତି ହେବ ନାହିଁ।

Yoga Day 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ