heat-wave
ଭୁବନେଶ୍ୱର: ଆଉ ଦିନ କେଇଟା ପରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ତାପରେ ପରେ ଆସିବ ଓଡ଼ିଶା। ନିର୍ଦ୍ଧିଷ୍ଟ ଭାବେ କେତେ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ, ତାହା ସ୍ପଷ୍ଟ ହୋଇନଥିଲେ ବି ଓଡ଼ିଶା ଆକାଶରେ ପ୍ରାକ୍ ମୌସୁମୀର ସଂକେତ ଦେଖିବାକୁ ମିଳିଛି। ଏନେଇ ଏକ ଟ୍ୱିଟ୍ କରି ଦର୍ଶାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।
ତେବେ ଗତ କିଛି ଦିନ ହେଲା ଉପକୂଳ ଓଡ଼ିଶାରେ ଜାରି ରହିଛି ପ୍ରବଳ ଗୁଳୁଗୁଳି। ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହୁଥିବାବେଳେ ପ୍ରଚୁର ଜଳୀୟବାଷ୍ପ ଯୋଗୁ ଏଭଳି ଗୁଳୁଗୁଳି ଅନୁଭୂତ ହେଉଛି।
IMDର କହିବା କଥା, ଆସନ୍ତା ୩-୪ ଯାଏଁ ଏଭଳି ଗୁଳୁଗୁଳି ଅନୁଭୁତ ହେବ। ସେପଟେ ଆସନ୍ତା ୪ ଦିନ ଯାଏଁ ଏକାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ। ଆସନ୍ତାକାଲିଠୁ ୪ ତାରିଖ ଯାଏଁ ଅନେକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ଂ ଛୁଇଁଛି। ୪୧.୨ଂ ସହ ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଭବାନୀପାଟଣା ଓ ସୋନପୁର-୪୧, ମାଲକାନଗିରି- ୪୦.୫ଂ , ସମ୍ବଲପୁର ଓ ବଲାଙ୍ଗିର-୪୦.୪ ଏବଂ ବୌଦ୍ଧର ତାପମାତ୍ରା ୪୦ଂ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/heat-wave_1622532360.jpg)