gierl
Advertisment
ଭଦ୍ରକ(ତପନ ସ୍ୱାଇଁ) : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ୭ଜଣ ଯୁବତୀକୁ ଉଦ୍ଧାର କଲା ଭଦ୍ରକ ସହରାଞ୍ଚଳ ପୁଲିସ। ଏମାନେ ଦଲାଲ ମାଧ୍ୟମରେ ବେଆଇନ ଭାବେ ପଶ୍ଚିମବଙ୍ଗ ଦିଘା ଅଞ୍ଚଳର ଏସ୍ଏସ୍ ଫୁଡ଼ସ୍ ନାମକ ଏକ କମ୍ପାନୀକୁ କାମ କରିବାକୁ ଯାଉଥିଲେ।
Advertisment
ତେବେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଚଢ଼ଉ କରିବା ସହ ଯୁବତୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ଭିତରୁ କିଛି ନାବାଳିକା ଥିବା ପୁଲିସ୍ କହିଛି। ଉଦ୍ଧାର ଯୁବତୀଙ୍କ ଘର ଭଦ୍ରକ ଆରଡ଼ି, ଅସୁରାଳି ଓ ତିହିଡି ଅଂଚଳର ବୋଲି ଜଣାପଡିଛି। ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରା ଉଚୁରା କରୁଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
/odishatv-khabar/media/post_attachments/wp-content/uploads/2019/06/girl.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gierl_1626503845.jpg)