KPT-RRCC-Building Photograph: (OTV)
ଭୂତ କୋଠି ପାଲଟିଛି ଅଧକୋଟି ଟଙ୍କାର କୋଠା। କବାଟ,ଫ୍ୟାନ, ଟେବୁଲ ଓ ଚେୟାର ଭଳି ଅନେକ ଜିନିଷ ଚୋରି ହୋଇଯାଇଥିବା ବେଳେ କିଛି କାଗଜପତ୍ର ପୋଡିଯାଇଛି । କାମରେ ଲାଗୁନି ସରକାରୀ ପ୍ରକଳ୍ପ।କୋରାପୁଟ ଜିଲ୍ଲା ସଦରମହକୁମା ଓାର୍ଡ ନମ୍ବର ୧୧ ଅଫିସର କଲୋନୀରେ ଥିବା ସମଗ୍ର ଶିକ୍ଷା ଅଭିଯାନର ରିଜନାଲ ରିସର୍ଚ୍ଚ ସେଣ୍ଟର ଫର ଚିଲିଡ୍ରେନ କେନ୍ଦ୍ରର ଏ ହେଉଛି ଦୃଶ୍ୟ । ଶିକ୍ଷକଓ ଛାତ୍ରଛାତ୍ରୀଙ୍କ କଲ୍ୟାଣରେ ନିର୍ମିତ ଏହି ଯୋଜନାର ଭବିଷ୍ୟତ ଏବେ ଅନ୍ଧାର ଘେରରେ।
ଚାରିଆଡେ ଗଛ, ଜଙ୍ଗଲ ଭର୍ତ୍ତି ହୋଇ ପଡିଥିବା ବେଳେ ମାଳ ମାଳ ମଦ ବୋତଲ ଗଡୁଛି। ୧୦ ବର୍ଷ ଧରି ରକ୍ଷଣାବେକ୍ଷଣର ଅଭାବରେ ଅନେକ ଆସବାବପତ୍ର ଭାଙ୍ଗି ରୁଜି ଗଲେଣି। କେଉଁଠି ଛାତରେ ଶିଉଳି ଲାଗି ଜଙ୍ଗଲ ସୃଷ୍ଟି ହୋଇଗଲାଣି। ୨୦୧୨ – ୧୩ ଆର୍ଥିକ ବର୍ଷରେ ଇଣ୍ଟିଗ୍ରେଟେଡ ଆକ୍ସନ ପ୍ଲାନ ଯୋଜନାରେ ନିର୍ମାଣ କରାଯାଇଥିଲା ଏହି କୋଠା । ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରିଥିଲା ସମଗ୍ର ଶିକ୍ଷା ଅଭିଯାନ।
ଉଦ୍ଦେଶ୍ୟ ଥିଲା ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଏଇଠି ଦିଆଯିବ ଟିଏଲଏମ ମାଧ୍ୟମରେ ତାଲିମ। ସରଳ ଓ ସୁବିଧାରେ କିପରି ପିଲାଙ୍କୁ ପଢାଯିବ ସେନେଇ ତାଲିମ ଦିଆଯିବାର ବ୍ୟବସ୍ଥା ହୋଇଥିଲା। ସେଥିପାଇଁ ହଲ,କ୍ଲାସରୁମ,ହଷ୍ଟଲ,ଶୌଚାଳୟ ଓ ଡାଇନିଂ ହଲ ଭଳି ବ୍ୟବସ୍ଥା କରାଯାଇଥିଲା । ହେଲେ ୫ବର୍ଷ ଚାଲିଲା ପରେ ହଠାତ ଏହା ବନ୍ଦ ହୋଇଯାଇଥିଲା। ଆଉ ମନେ ହେଉଛି ଆଜକୁ ୧୦ ବର୍ଷ ଧରି ଏହି ପ୍ରକଳ୍ପକୁ ଭୁଲି ଯାଇଛି ଶିକ୍ଷା ବିଭାଗ। ଏବେ ୫୦ ଲକ୍ଷ ଟଙ୍କା ବ୍ୟୟର ଏହି ବିଶାଳ ସାଧନକେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠିଛି
ଏ ନେଇ ଆମେ କୋରାପୁଟ ଜିଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନ ର ପ୍ରକଳ୍ପ ନିର୍ଦେଶକ କରୁଣାକର ଭୁଏ ଙ୍କୁ ପଚାରିଥିଲୁ , ସେ କଣ କହୁଛନ୍ତି ଶୁଣନ୍ତୁ । ତଳେ ଥିବା ଭିଡିଓରେ କ୍ଲିକ କରନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/15/kpt-rrcc-building-2025-12-15-16-47-14.jpg)