twincity police
କଟକ/ଭୁବନେଶ୍ୱର: ଟ୍ୱିନ୍ସିଟିରେ କରୋନା କଟକଣା ପାଳନରେ ଢିଲା ପଣକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସନ୍ତୋଷ ପରେ ଏବେ ଆକ୍ସନ ମୋଡ୍ରେ ପୋଲିସ୍।
କୋଭିଡ୍ ଗାଇଡଲାଇନ୍ସ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି କିମ୍ବା ସାମାଜିକ ଦୂରତ୍ୱ ପାଳନ କରୁ ନାହାନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ସହ ସେମାନଙ୍କୁ ତାଗିଦ୍ କରାଯାଉଛି।
ଗତ ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଂଘନ ଅଭିଯୋଗରେ ୨୮୩୩ ଜଣଙ୍କୁ ଜରିମାନା କରାଯିବା ସହ ୪୧ଟି ଦୋକାନକୁ ସିଲ୍ କରାଯାଇଛି। ଏ ନେଇ ଟ୍ୱିଟ୍ ଯୋଗେ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।
ସେହିପରି ଗତକାଲି କଟକରେ କୋଭିଡ୍ ଗାଇଡ୍ଲାଇନ୍ସ ଉଲ୍ଲଂଘନ ଅଭିଯୋଗରେ ୩ଟି ଦୋକାନକୁ ସିଲ୍ କରାଯିବା ସହ ସାମାଜିକ ଦୂରତ୍ୱ ପାଳନ ନ କରିବା ଅଭିଯୋଗରେ ୧,୧୮୬ଜଣ ଓ ମାସ୍କ ନ ପିନ୍ଧିବା ଯୋଗୁ ୨୬୯ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ନେଇ ଟ୍ୱିଟ୍ ଯୋଗେ କଟକ ଡିସିପି ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-1-11_1625317143.jpg)