Advertisment

Rs 4 Cr Marijuana Seized: ଚକୋଲେଟ ବକ୍ସ ଭିତରେ ଗଞ୍ଜେଇ, ସ୍ବତନ୍ତ୍ର ଗୁଇନ୍ଦା ତଥ୍ୟ ଆଧାରରେ ଚଢାଉ

ବିମାନବନ୍ଦରରୁ ଧରା ହେଲା ୪ କୋଟିର ଗଂଜେଇ। ଭୁବନେଶ୍ବର ବିମାନବନ୍ଦରରୁ ଧରାହେଲା ଗଂଜେଇ। ବ୍ୟାଙ୍କକରୁ ଭୁବନେଶ୍ବର ଆଣୁଥିଲେ ଜଣେ ଯାତ୍ରୀ। ଜବତ ଗଂଜେଇର ପରିମାଣ ୩.୯୯ କେଜି।

Ganja Challan

Ganja Challan Photograph: (OTV)

Advertisment

ଭୁବନେଶ୍ବର ବିମାନବନ୍ଦରରୁ ଧରାହେଲା ଗଂଜେଇ । ବ୍ୟାଙ୍କକରୁ ଭୁବନେଶ୍ବର ଆସୁଥିବା ଜଣେ ଯାତ୍ରୀଙ୍କ ନିକଟକୁ ୩.୯୯ କେଜି ଗଂଜେଇ ଜବତ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ସ୍ବତନ୍ତ୍ର ଗୁଇନ୍ଦା ତଥ୍ୟ ଆଧାରରେ ଚଢ଼ାଉ କରି ଯାତ୍ରୀଙ୍କ ନିକଟରୁ ଗଂଜେଇ ଜବତ କରାଯାଇଥିଲା । ଯାଂଚ ବେଳେ ୪ ପ୍ୟାକେଟ ଗଂଜେଇ ମିଳିଥିଲା । 

Advertisment

ଚକୋଲେଟ ବକ୍ସ ଭିତରେ କଳା ପଲିଥିନରେ ଗୁଡ଼ାଇ ବ୍ୟାଗରେ ରଖାଯାଇଥିଲା । ସ୍କାନିଂ ମେସିନକୁ ଚକମା ଦେବାକୁ ଗଂଜେଇ ଚାଲାଣକାରୀ ସମସ୍ତ ବ୍ୟବସ୍ଥା କରିଥିଲେ । ଜବତ ଗଂଜେଇର ମୂଲ୍ୟ ପାଖାପାଖି ୪ କୋଟି ଟଙ୍କା ହେବ । ଏହି ଘଟଣାରେ ସଂପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି ।

ବିମାନବନ୍ଦରରୁ ଧରା ହେଲା ୪ କୋଟିର ଗଂଜେଇ
ଭୁବନେଶ୍ବର ବିମାନବନ୍ଦରରୁ ଧରାହେଲା ଗଂଜେଇ 
ବ୍ୟାଙ୍କକରୁ ଭୁବନେଶ୍ବର ଆଣୁଥିଲେ ଜଣେ ଯାତ୍ରୀ
ଜବତ ଗଂଜେଇର ପରିମାଣ ୩.୯୯ କେଜି 
ଜବତ କଲା ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ 
ଗଂଜେଇ ଚାଲାଣ ଅଭିଯୋଗରେ ଯାତ୍ରୀ ଗିରଫ

Advertisment
Marijuana Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ