odisha police
ଭୁବନେଶ୍ୱର: ରାଜ୍ୟର ୩୯ ଜଣ କ୍ରୀଡ଼ାବିତ୍ଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୩୯ ଜଣଙ୍କ ମଧ୍ୟରୁ ୩୦ ଜଣ ମହିଳା ଏବଂ ୯ ଜଣ ପୁରୁଷ କ୍ରୀଡ଼ାବିତ। ଏହାପୂର୍ବରୁ ୬ଟି ପର୍ଯ୍ୟାୟରେ ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ୯୬ ଜଣ ଖେଳାଳୀଙ୍କୁ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଏହି ଅବସରରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଏକ ସ୍ପୋର୍ଟ୍ସ ହବ୍ କରିବା ପାଇଁ ଯାତ୍ରା ଜାରି ରହିଛି।
ସେ ଆହୁରି କହିଛନ୍ତି ଯେ ସଫଳତାର ସହ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଏହି କ୍ରମରେ ହକି ବିଶ୍ୱକପ୍-୨୦୧୮ ଏବଂ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୧୭ ରାଜ୍ୟ ପାଇଁ ଏକ ବଡ଼ ସଫଳତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ତେଣୁ ରାଜ୍ୟରେ କ୍ରୀଡ଼ି ଭିତ୍ତିଭୂମି ବିକାଶ ପାଇଁ ହଜାରେ କୋଟିରୁ ଅଧିକ ଟଙ୍କା ବିନିଯୋଗ କରାଯାଇଛି। ୨୦୨୩ରେ ହକି ବିଶ୍ୱକପ୍ ପାଇଁ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡ଼ିୟମ୍ ନିର୍ମାଣ କରାଯାଉଛି ମୁଖ୍ୟମନ୍ତ୍ରୀ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/odisha-police-2_1624723828.jpg)