Advertisment

Konark Festival Opens: ୩୬ତମ କୋଣାର୍କ ଉତ୍ସବ ଉଦଘାଟିତ: ଜମିଲା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ

୩୬ତମ କୋଣାର୍କ ଉତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଜମିଲା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ। କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଝୁମିଲେ ଦର୍ଶକ।

Konark Festival

Konark Festival Photograph: (OTV)

Advertisment

ଉଦଘାଟିତ ହୋଇଛି ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ବାରା ଏହା ଉଦଘାଟିତ ହୋଇଛି। ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ସହ ଚନ୍ଦ୍ରଭାଗାରେ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଇଯାଇଛି । 

Advertisment

କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ଶୈଳୀରେ ନୃତ୍ୟାଭିନୟରେ ହନୁମାନ ଚାଳିଶାରେ ପବନ ସୂତ ହନୁମାନଙ୍କ ବନ୍ଦନା ଓ ଭାରତନାଟ୍ୟମ୍ ନୃତ୍ୟ ଉପସ୍ଥିତ ଦେଶ ବିଦେଶର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଏବଂ ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ ପାଞ୍ଚ ଦିନ ବ୍ୟାପୀ ହେବା ଏହି ମହୋତ୍ସବ।

ଉଦଘାଟନୀ ସନ୍ଧ୍ୟାରେ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀ ଜିଲ୍ଲାର ସମସ୍ତ ବିଧାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ପ୍ରତିବର୍ଷ କୋଣାର୍କ ଉତ୍ସବ ସହିତ ଆୟୋଜିତ ହୋଇଥାଏ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ । ଚନ୍ଦ୍ରଭାଗା କୂଳରେ ବିଶ୍ୱର କୋଣ ଅନୁକୋଣରୁ ଆସିଥାନ୍ତି ବାଲୁକା ଶିଳ୍ପୀ ଗଣ । ଏ ବର୍ଷ  ପ୍ରାୟ ୧୪୦ ଜଣ ଶିଳ୍ପୀ ଯୋଗ ଦେଇଛନ୍ତି। ସ୍ପେନ୍, ରୁଷିଆ, ଜାପାନ, ପର୍ତ୍ତୁଗାଲ ଓ ଶ୍ରୀଲଙ୍କାରୁ ମଧ୍ୟ ବାଲୁକା ଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି।

Advertisment

•    ୩୬ତମ କୋଣାର୍କ ଉତ୍ସବ ଉଦଘାଟିତ
•    ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
•    ଜମିଲା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ 
•    କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଝୁମିଲେ ଦର୍ଶକ
•    ଚନ୍ଦ୍ରଭାଗାରେ ସୁଭଦ୍ରା ଶକ୍ତି ମେଳା ବି ଉଦଘାଟିତ

Konark Festival
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ