Advertisment

ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ ମୃତ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ ମୃତ। ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ସେହିପରି ରାଜ୍ୟରେ କରୋନା ପଜିଟିଭର ୧୦ ହଜାର ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାର […]

ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ

coronavirus

Advertisment

ଭୁବନେଶ୍ୱର: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ ମୃତ। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ ମୃତ। ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ। ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି।

Advertisment

ସେହିପରି ରାଜ୍ୟରେ କରୋନା ପଜିଟିଭର ୧୦ ହଜାର ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୯୩୯ ପଜିଟିଭ। ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୯୨୨, ଅନୁଗୁଳରୁ ୮୧୯, ଢେଙ୍କାନାଳରୁ ୭୬୩, ମୟୂରଭଞ୍ଜରୁ ୬୦୪, ଯାଜପୁରରୁ ୫୪୧, ସୁନ୍ଦରଗଡ଼ରୁ ୫୧୨ ଆକ୍ରାନ୍ତ ବାହାରିଛନ୍ତି।

ଗତକାଲି ଗୋଟିଏ ଦିନରେ ଟେଷ୍ଟ କରାଯାଇଥିଲା ୬୨ ହଜାର ୨୬୧ ସାମ୍ପୁଲ। ଏହା ସହିତ ଦିନକରେ ସୁସ୍ଥ ହୋଇଛନ୍ତି ୧୧ ହଜାର ୬୧୪ । ଏହା ସହିତ ରାଜ୍ୟରେ ଆକ୍ଟିଭ କେସ୍ ୧ ଲକ୍ଷ ୧୦ ହଜାର ୫୫୪ ରହିଛି।

Advertisment

ଏପଟେ ବାତ୍ୟା ୟାସକୁ ଦୃଷ୍ଟିରେ ରଖି ତିନି ଜିଲ୍ଲାରେ ଟିକାକରଣ, ଟେଷ୍ଟିଂକୁ ବନ୍ଦ କରାଯାଇଛି। ଆଜିଠୁ ଆସନ୍ତା ୨୭ ତାରିଖ ଯାଏଁ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଇଛି। ସେହିପରି କରୋନା ଟେଷ୍ଟିଂ ବି ଏହି ତିନି ଜିଲ୍ଲାରେ ବନ୍ଦ ରହିଛି। ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତେବେ କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର ଜିଲ୍ଲା ପାଇଁ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ