Advertisment

32 Elephants Wreak Havoc: ହାତୀ ପାଇଁ ରାତି ଉଜାଗର ଚାଷୀ , ଦଳ ଦଳ ହୋଇ ବୁଲୁଛନ୍ତି ଗାଁରୁ ଗାଁ

ଧାର କରଜ କରି ଚାଷ କରି ବର୍ଷ କର ଖାଦ୍ୟ ଯୋଗାଡ଼ କରେ ଚାଷୀ ହେଲେ ହାତୀ ସେ ସବୁକୁ ଉଜାଡ଼ି ଦେଉଛି । ଫଳରେ ତାଙ୍କୁ ମିଳୁଥିବା ସରକାରୀ ସହାୟତା ଯଥେଷ୍ଟ ହେଉ ନାହିଁ । ଏହି ରାଶିକୁ ବଢାଇ ଦୁଇଗୁଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ELEPHANT-Terror-in-Village

ELEPHANT-Terror-in-Village Photograph: (OTV)

Advertisment

ଦଳ ଦଳ ହୋଇ ହାତୀ ଘୁରି ବୁଲୁଛନ୍ତି ଗାଁରୁ ଗାଁ । ଯେଉଁଠି ପାଇଲେ, ସେଠି ପଶି ଧାନ ପନିପରିବା ଫସଲ ନଷ୍ଟ କୁରୁଛନ୍ତି ।  ରାତି ଉଜାଗର ହୋଇ ନିଆଁ ଜାଳି ଫସଲ ରକ୍ଷାରେ ବ୍ୟସ୍ତ ଚାଷୀ । ତା ସହିତ ସହାୟତା ରାଶି ବଢାଇବାକୁ ଦାବି କରୁଛନ୍ତି । କେନ୍ଦୁଝରରେ ହାତୀ ଆତଙ୍କ ଏବେ ସବୁଦିନିଆ ଘଟଣା ହୋଇଯାଇଛି ।

Advertisment

ସଦର ରେଞ୍ଜ ଅଞ୍ଚଳରେ ୩୨ ଟିକିଆ ହାତୀ ପଲ ଗତ ୫ ଦିନ ହେବ ଡେରା ପକାଇଛି । ଦେଓବନ୍ଧ, ବାରଖଣ୍ଡା, ମଇଦାନକେଲ, ହରିହରପୁର ଓ ତାଳପଦା ଅଞ୍ଚଳରେ
ଧାନ ଓ ପନିପରିବା ଫସଲ ନଷ୍ଟ କୁରିଛନ୍ତି । ରାତି ଉଜାଗର ହୋଇ ମଶାଲ ଧରି ଫସଲ ରକ୍ଷାରେ ବ୍ୟସ୍ତ ଚାଷୀ । 

ଧାର କରଜ କରି ଚାଷ କରି ବର୍ଷ କର ଖାଦ୍ୟ ଯୋଗାଡ଼ କରେ ଚାଷୀ ହେଲେ ହାତୀ ସେ ସବୁକୁ ଉଜାଡ଼ି ଦେଉଛି । ଫଳରେ ତାଙ୍କୁ ମିଳୁଥିବା ସରକାରୀ ସହାୟତା ଯଥେଷ୍ଟ ହେଉ ନାହିଁ । ଏହି ରାଶିକୁ ବଢାଇ ଦୁଇଗୁଣ କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ଏବେ ୩୨ ଟିକିଆ ହାତୀ ପଲ ଦେଓବନ୍ଧ ଅଞ୍ଚଳରେ ଡେରା ପକାଇ ଅଛନ୍ତି । ଏମାନଙ୍କ ମଧ୍ୟରେ ୧୨ଟି ଦନ୍ତା , ୧୩ ଟି ମାଇ ଓ ୭ଟି ଛୁଆ ହାତୀ ଅଛନ୍ତି । ହାତୀ ପଲ ରାତି ରାତି ବୁଲୁଥିବାରୁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ଏପଟେ ବନ ବିଭାଗ ସାଙ୍ଗରେ ଗଜ ସାଥି , ହାତୀ ସୁରକ୍ଷା ଦଳ, ପୋଲିସ୍ ଫୋର୍ସ ଧରି ହାତୀଙ୍କୁ ଧାନ ବିଲରୁ ଘଉଡାଇବା ସହ ସୁରକ୍ଷା ଦେବାରେ ଲାଗିଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ