youth
Advertisment
ଜଳେଶ୍ୱର : ମହିଳାଙ୍କ ଅଶ୍ଲୀଳ ଫଟୋ ଉଠାଇବା ମହଙ୍ଗା ପଡ଼ିଲା। ୩ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ସର୍ବସମ୍ମୁଖରେ ବସ୍ ଉଠ କରାଇଛନ୍ତି ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା ।
Advertisment
ଗତକାଲି ବିଳମ୍ବିତ ରାତିରେ ଏହି ୩ ଜଣ ଯୁବକ ଜଣେ ମହିଳାଙ୍କ ଅଜାଣତରେ ଭିଡ଼ିଓ ଉତ୍ତୋଳନ କରୁଥିବା ନେଇ ମହିଳା ଜଣଙ୍କ ଜାଣି ପାରିବା ପରେ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଓ ଗ୍ରାମବାସୀ ମିଶି ଏହି ତିନି ଜଣ ଯୁବକଙ୍କୁ କାବୁ କରି ଏକ ଖୁଣ୍ଟିରେ ବାନ୍ଧି ଦେଇଥିଲେ। ତେବେ ଏନେଇ ପୁଲିସରେ ଅଭିଯୋଗ ହୋଇନଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/youth_1626689141.jpg)