Advertisment

ଗଛରେ ପିଟି ହେଲା ବାଇକ, ଦୁଇ ଭାଇଙ୍କ ସମେତ ୩ ମୃତ

ଧର୍ମଗଡ଼: ଗଛରେ ବାଇକ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।…

ଗଛରେ ପିଟି ହେଲା ବାଇକ, ଦୁଇ ଭାଇଙ୍କ ସମେତ ୩ ମୃତ

accident

Advertisment

ଧର୍ମଗଡ଼: ଗଛରେ ବାଇକ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମରିଆବନ୍ଧଲି ଗାଁର ଦୁଇ ଭାଇ ପିଣ୍ଟୁ ମାଝୀ ଓ ସଦାନନ୍ଦ ମାଝୀ ଏବଂ ଚଞ୍ଚରାଭାଡ଼ି ଗାଁର ରାଜୁ ବଗର୍ତ୍ତୀ। 

Advertisment

ସୂଚନା ଅନୁସାରେ, ୪ ଜଣ ଗୋଟିଏ ବାଇକ୍‌ରେ ଝାରବନ୍ଧରୁ ଜୁନାଗଡ଼ ଅଭିମୁଖେ ଯାଉଥିଲେ। ଏହି ସମୟରେ ମୂର୍ଲାପଦର ନିକଟରେ ଭାରସାମ୍ୟ ହରାଇ ବାଇକ୍‌ଟି ଗଛରେ ପିଟି ହୋଇଥିଲା। ଗୁରୁତର ଅବସ୍ଥାରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଝାରବନ୍ଧ ଗାଁର ମୁକେଶ ମାଝୀ ଆହତ ହୋଇଛନ୍ତି। ଜୁନାଗଡ ପୋଲିସ ଏକ ମାମଲାରେ ରୁ ଜୁକରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ