corona new strain
ନୂଆପଡ଼ା: ଚିନ୍ତା ବଢାଇଲା ନୂଆପଡ଼ା ଜିଲ୍ଲା। ଗୋଟିଏ ଗାଁରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁରୁ ନିଆଯାଇଥିବା ମୋଟ ୫୬ ସାମ୍ପଲ ମଧ୍ୟରୁ ୨୯ ପଜିଟିଭ ଚିହ୍ନଟ। ୨୯ ଜଣ ପଜିଟିଭ ଚିହ୍ନଟ ନେଇ ସିନାପାଲୀ ବିଡିଓ ସୂଚନା ଦେଇଛନ୍ତି। ତେବେ ରାଜ୍ୟରେ କ୍ରମାଗତ ଭାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କହିବାକୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।
ସେପଟେ ନବରଙ୍ଗପୁରରେ ଲାଗିଲା ନାଇଟ୍ କର୍ଫ୍ୟୁ। ଆସନ୍ତାକାଲିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ମିଳିଛି। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ନାଇଟ୍ କର୍ଫ୍ୟୁ ସହ ଆଉ କିଛି କଟକଣା ମଧ୍ୟ ଲଗାଇଲେ ଜିଲ୍ଲାପାଳ। ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥିବା ନେଇ ସୂଚନା ମିଳିଛି। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ ରୁ ଅଧିକ ଲୋକ ଏକାଠି ହେବା ମନା। ଜରୁରୀ ନଥିବା ସେମିନାର, ୱାର୍କସପ୍, କନଫରେନ୍ସକୁ ମଧ୍ୟ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶାରେ ୩ ୟୁକେ ଷ୍ଟ୍ରେନ୍ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ACS ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି। ଚିହ୍ନଟ ୩ଟି ଗତ ଡିସେମ୍ବରରେ ଆସିଥିବା ୟୁକେ ଫେରନ୍ତାଙ୍କ ଷ୍ଟ୍ରେନ୍। ICMR ପକ୍ଷରୁ ଜିନୋମ୍ ସିକ୍ୟୁଏନ୍ସିଂ ବେଳେ ଏକଥା ଜାଣିଥିଲୁ, ଲୋକେ ଭୟଭୀତ ହୋଇପଡ଼ିବେ ବୋଲି ପ୍ରକାଶ କରାଯାଉନଥିଲା। ଲୋକେ କୌଣସି ପ୍ରକାର ଭୟଭୀତ ହୁଅନ୍ତୁନି ACS କହିଛନ୍ତି।
ତେବେ ନୂଆପଡ଼ାରେ କରୋନା କଟକଣା ନେଇ ବର୍ତ୍ତମାନ ସମୟରେ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।
ଆହୁରି ପଢନ୍ତୁ: ରାଜଧାନୀ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର କରୋନା ପଜିଟିଭ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/new-strain_1626253519.jpg)