Advertisment

26 Maoists Surrender: ସରେଣ୍ଡର କଲେ ୨୬ ମାଓବାଦୀ, ସମସ୍ତଙ୍କ ମୁଣ୍ଡରେ ଥିଲା ୬୪ ଲକ୍ଷର ପୁରସ୍କାର

ଆନ୍ଧ୍ର ଓଡିଶା ଡିଭିଜନର ୨୬ ମାଓବାଦୀଙ୍କ ଆତ୍ମସମର୍ପଣ। ସେମାନଙ୍କ ମୁଣ୍ଡରେ ଥିଲା ୬୪ ଲକ୍ଷ ଟଙ୍କାର ପୁରସ୍କାର। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ଆନ୍ଧ୍ର ଓଡିଶା ବର୍ଡର ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

MAO-SURENDER

MAO SURENDER Photograph: (OTV)

Advertisment

ଆନ୍ଧ୍ର ଓଡିଶା ଡିଭିଜନର ୨୬ ମାଓବାଦୀଙ୍କ ଆତ୍ମସମର୍ପଣ। ସେମାନଙ୍କ ମୁଣ୍ଡରେ ଥିଲା ୬୪ ଲକ୍ଷ ଟଙ୍କାର ପୁରସ୍କାର।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ଆନ୍ଧ୍ର ଓଡିଶା ବର୍ଡର ଡିଭିଜନର ୨୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏସପି କିରଣ ଚୌହାନଙ୍କ ନିକଟରେ ଏମାନେ ଆତ୍ମସମର୍ପଣ କରିଥିଲେ।

Advertisment

ପ୍ରଶାସନ ତରଫରୁ ସମସ୍ତଙ୍କୁ ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ। ଏଥିସହ ମାସିକ ୧୦ ହଜାର ଟଙ୍କା ୩ ବର୍ଷ ପର୍ଯ୍ୟନ୍ତ ଦିଆଯିବ। ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଏମାନେ ପାଇବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। 

ତେବେ ଡେଡଲାଇନ ପୂର୍ବରୁ ଖାଲି ହେଉଛି ମାଓଗଡ଼। ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ। ନିକଟରେ ୩୫ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଛତିଶଗଡ଼ ବସ୍ତର ପୋଲିସ ଓ ମହାରାଷ୍ଟ୍ରର ଗଡ଼ଚିରଲୀ ପୋଲିସ ନିକଟରେ ଏମାନେ ସରେଣ୍ଡର କରିଥିଲେ।  

Advertisment

Odisha Andhra Pradesh Anti-Maoist Operation Maoists Surrender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ