Advertisment

Massive Health Outlay: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବ୍ୟୟବରାଦ ୨୩,୧୮୨ କୋଟି; କଟକ SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି

୫ ନୂଆ ମେଡିକାଲ କଲେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗଜପତି, ମାଲକାନଗିରି, ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ ହେବ। ନୟାଗଡ଼ ଓ ନୂଆପଡ଼ାରେ ହେବ ୨ଟି ହୋମିଓପାଥି କଲେଜ।

Budget

Budget Photograph: (OTV)

Advertisment

ବଜେଟରେ ସ୍ବାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି ସରକାର। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୮୨ କୋଟିର ବ୍ୟୟବରାଦ ହୋଇଛି। ଯାହାକି ମୋଟ୍ ବଜେଟର ୭.୫%। କଟକ SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି, ବ୍ରହ୍ମପୁର MKCG ଓ ବୁର୍ଲା ଭୀମସାର ପାଇଁ ୬୦୦ କୋଟି ବ୍ୟୟବରାଦ ହୋଇଛି।

Advertisment

୫ ନୂଆ ମେଡିକାଲ କଲେଜ

୫ ନୂଆ ମେଡିକାଲ କଲେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗଜପତି, ମାଲକାନଗିରି, ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ ହେବ। ନୟାଗଡ଼ ଓ ନୂଆପଡ଼ାରେ ହେବ ୨ଟି ହୋମିଓପାଥି କଲେଜ। ୫ ନୂଆ ମେଡିକାଲ କଲେଜ ପାଇଁ ୧୪୦ କୋଟିର ପ୍ରସ୍ତାବ ରହିଛି। ସେହିପରି ବଜେଟରେ ୫ ନୂଆ ବର୍ଣ୍ଣ ୟୁନିଟ୍ ଘୋଷଣା କରାଯାଇଛି। 

ପୁରୀ, ବୁର୍ଲା, କୋରାପୁଟ, ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ହେବ ବର୍ଣ୍ଣ ୟୁନିଟ୍।ଏଥିପାଇଁ ୨୦୦ କୋଟି ବ୍ୟୟବରାଦ ହୋଇଛି। ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଓ CHCରେ ୫ ହଜାର ବେଡ୍ ବୃଦ୍ଧି କରାଯିବ।

Advertisment

SCBରେ ୧୮୦୦ IPD ଶଯ୍ୟାର ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା କରିବେ ସରକାର। ସେହିପରି ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୪୨୭୯ କୋଟି, ଜାତୀୟ ସ୍ବାସ୍ଥ୍ୟ ମିଶନ-NHM ପାଇଁ ୧୯୫୮ କୋଟି, ନିରାମୟ ପାଇଁ ୭୮୬ କୋଟି, ନିଦାନ ପାଇଁ ୩୭୧ କୋଟି ଓ ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି ଟଙ୍କା ବ୍ୟବରାଦ କରାଯାଇଛି। ... 


ସ୍ବାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା 

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବ୍ୟୟବରାଦ- ୨୩,୧୮୨ କୋଟି
ମୋଟ୍ ବଜେଟର ୭.୫%
କଟକ SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି
ବ୍ରହ୍ମପୁର MKCG ଓ ବୁର୍ଲା ଭୀମସାର ପାଇଁ ୬୦୦ କୋଟି
୫ ନୂଆ ମେଡିକାଲ କଲେଜ ଘୋଷଣା 
ଗଜପତି, ମାଲକାନଗିରି, ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ
ନୟାଗଡ଼ ଓ ନୂଆପଡ଼ାରେ ହେବ ୨ଟି ହୋମିଓପାଥି କଲେଜ
୫ ନୂଆ ମେଡିକାଲ କଲେଜ ପାଇଁ ୧୪୦ କୋଟିର ପ୍ରସ୍ତାବ
ବଜେଟରେ ୫ ନୂଆ ବର୍ଣ୍ଣ ୟୁନିଟ୍ ଘୋଷଣା
ପୁରୀ, ବୁର୍ଲା, କୋରାପୁଟରେ ହେବ ବର୍ଣ୍ଣ ୟୁନିଟ୍
ବ୍ରହ୍ମପୁର ଓ କ୍ୟାପିଟାଲ ହସ୍ପିଟାଲରେ ହେବ ବର୍ଣ୍ଣ ୟୁନିଟ୍
୫ ନୂଆ ବର୍ଣ୍ଣ ୟୁନିଟ୍ ପାଇଁ ୨୦୦ କୋଟି ବ୍ୟୟବରାଦ
ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ, CHCରେ ୫ ହଜାର ବେଡ୍ ବୃଦ୍ଧି
SCBରେ ୧୮୦୦ IPD ଶଯ୍ୟାର ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା
ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୪୨୭୯ କୋଟି
NHM ପାଇଁ ୧,୯୫୮ କୋଟି ଟଙ୍କା ବ୍ୟୟ ବରାଦ
ନିରାମୟ ପାଇଁ ୭୮୬ କୋଟି, ନିଦାନ ପାଇଁ ୩୭୧ କୋଟି ଟଙ୍କା
ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି ଟଙ୍କା

Advertisment
Budget Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ