Advertisment

ମାଟି ଅତଡ଼ା ଧସିବାରୁ ଚାଲିଗଲା ୨ ଜୀବନ

ବ୍ରହ୍ମପୁର: ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଅଘଟଣ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୪ ଜଣ ଶ୍ରମିକ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ…

ମାଟି ଅତଡ଼ା ଧସିବାରୁ ଚାଲିଗଲା ୨ ଜୀବନ

landslide

Advertisment

ବ୍ରହ୍ମପୁର: ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଅଘଟଣ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୪ ଜଣ ଶ୍ରମିକ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ୪ଜଣ ଶ୍ରମିକଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୨ ଶ୍ରମିକଙ୍କ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ହୋଇଛି। ୨ ମୃତକ ହେଲେ ଯମୁନା ନାୟକ ଓ ବର୍ଷା ନାୟକ।

Advertisment

ସୁରକ୍ଷା ପାଚେରୀ ନିର୍ମାଣ ଚାଲୁଥିବା ବେଳେ ଗୋଟିଏ ପଟକୁ ମାଟି ଦବି ଯାଇଥିଲା। ଫଳରେ ମାଟି ଅତଡା ଧସିଯିବା ପରେ ଶ୍ରମିକ ମାଟି ଭିତରେ ରହିଯାଇଥିଲେ। ଘଟଣା ଘଟିବା ପରେ ସଂଗେ ସଂଗେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ। ଜେସିବି ମେସିନ୍ ସହାୟତାରେ ମାଟି ଖୋଳି ପୋତି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ