Advertisment

Ghost Buildings: ଅଳିଆରେ ପଡ଼ିଛି ଦୁଇ କୋଟି ! ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ ?

ଧିକ୍କାର କରୁଛି ଅବ୍ୟବସ୍ଥା ! ଅଳିଆରେ ପଡ଼ିଛି ସରକାରଙ୍କ ୨ କୋଟି ! ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ ?  କାହା ପାଇଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ? କଥାରେ ଅଛି ସରକାର କା ମାଲ୍ ଦରିଆ ମେ ଡାଲ୍ । ଚିକଚିକ୍ କୋଠା ଭିତରେ ସବୁ ଭଙ୍ଗାରୁଜା ।

GunupurMuniguda--Wayside-amenity-centre

GunupurMuniguda--Wayside-amenity-centre Photograph: (OTV)

Advertisment

ଧିକ୍କାର କରୁଛି ଅବ୍ୟବସ୍ଥା ! ଅଳିଆରେ ପଡ଼ିଛି ସରକାରଙ୍କ ୨ କୋଟି ! ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ ?  କାହା ପାଇଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ? କଥାରେ ଅଛି ସରକାର କା ମାଲ୍ ଦରିଆ ମେ ଡାଲ୍ । ଚିକଚିକ୍ କୋଠା ଭିତରେ ସବୁ ଭଙ୍ଗାରୁଜା । ବିଲ୍ଡିଂ ବାହାର ଜଙ୍ଗଲ ପାଲଟିଲାଣି । ଆପଣ ଦେଖୁଥିବା ଏଇ ଦୁଇଟି ଭିଜୁଆଲ୍ ଦୁଇଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରର । ଭିଡିଓ ଦେଖିବା ପାଇଁ ତଳେ କ୍ଲିକ କରନ୍ତୁ

Advertisment

ଲୋକଙ୍କ ସୁବିଧା ପାଇଁ ଏ ବ୍ୟବସ୍ଥା କରାଇଥିଲେ । ଆଉ ଏଥିପାଇଁ ଖର୍ଚ୍ଚ ହୋଇଥିଲା ପାଖାପାଖି ଦୁଇ କୋଟି ଟଙ୍କା । ହେଲେ ବର୍ତ୍ତମାନ ଏହା ଭୁତକୋଠି ପାଲଟିଛି । 

ରାୟଗଡ଼ା ଜିଲ୍ଲା ଭବାନୀ ପାଟଣା ଦାହିଖାଲରୁ ମାତ୍ର ୨୦୦ ମିଟର ଦୂରରେ ରହିଛି ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ର । ୨୦୧୮ରେ ୯୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟରେ ପୂର୍ତ୍ତ ବିଭାଗ ଏହାକୁ ତିଆରି କରାଇଥିଲା । ଶୌଚାଳୟ ଠାରୁ ଆମ୍ଭ କରି ପାର୍କିଂ, ଶିଶୁଉଦ୍ୟାନ ଏବଂ ପିଇବା ପାଣି ଭଳି ଅନେକ ସୁବିଧା ହୋଇଥିଲା । ହେଲେ ଅବହେଳା ଯୋଗୁ ଏବେ ଏହା ବନ୍ଦ ହୋଇ ରହିଛି ।

Advertisment

ସେହିଭଳି ଗୁଣୁପୁର ମୁନିସିପାଲିଟିର ବିକ୍ରମପୁରରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରର ବି ସମାନ ଅବସ୍ଥା । ୨୦୨୮ରେ ପ୍ରାୟ ୧ କୋଟି ୧୦ ଲକ୍ଷଟଙ୍କା ବ୍ୟୟରେ ଏହାକୁ ନିର୍ମାଣ ହୋଇଥିଲା l ପରେ ସବୁ କିଛି ଠିକଠାକ୍ ବି ଚାଲୁଥିଲା । କିନ୍ତୁ ଏଇ ୧୫ରୁ ୧୬ ମାସ ହେବ ଏହା ବନ୍ଦ ହୋଇ ପଡ଼ିରହିଛି l ଫଳରେ ସବୁ କିଛି ଭଙ୍ଗିରୁଜି ଏକ ପ୍ରକାର ଭୂତକୋଠି ପାଲଟିଛି ।  

 ଦୁଇଟି ଯାକ କେନ୍ଦ୍ରର ଅବସ୍ଥା ଶୋଚନୀୟ ଥିବାରୁ ଯାତ୍ରୀ ତଥା ପଥଚାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ଏହା ପ୍ରତି କେବେ ଦୃଷ୍ଟି ଦେଉଛି ତା’ ଦେଖିବାକୁ ଅପେକ୍ଷା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ