Advertisment

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ଭୁବନେଶ୍ୱର: ସୁ ସୁ ହୋଇ ବହୁଥିଲା ପବନ। ଚମକାଇ ଦେଉଥିଲା ବିଜୁଳି। ତା ସାଙ୍ଗକୁ ଘଡଘଡି ସହ ଝଡ଼ ବର୍ଷା। ଆଜକୁ ଠିକ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା। ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯। ସେ ଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା। ଆଉ ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅନେକ ପରିବାର। ୧୯୯୯ ମସିହା ଅକ୍ଟୋବର ୨୫ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିଲା ଲଘୁଚାପ। […]

ଅଦ୍ୟତନ ହୋଇଛି
ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

super cyclone

Advertisment

ଭୁବନେଶ୍ୱର: ସୁ ସୁ ହୋଇ ବହୁଥିଲା ପବନ। ଚମକାଇ ଦେଉଥିଲା ବିଜୁଳି। ତା ସାଙ୍ଗକୁ ଘଡଘଡି ସହ ଝଡ଼ ବର୍ଷା। ଆଜକୁ ଠିକ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା। ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯। ସେ ଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା। ଆଉ ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅନେକ ପରିବାର।

Advertisment

୧୯୯୯ ମସିହା ଅକ୍ଟୋବର ୨୫ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିଲା ଲଘୁଚାପ। ଧିରେ ଧିରେ ତାହା ଘନୀଭୂତ ହୋଇ ସ୍ଥଳଭାଗ ଛୁଇଁବାକୁ ଲାଗିଲା। ୨୮ ତାରିଖ ସଂନ୍ଧ୍ୟାରେ ସୁଲୁସୁଲିଆ ପବନ ବହିବା ଆରମ୍ଭ ହୋଇଥିଲା। ପରଦିନ ଅର୍ଥାତ ୨୯ ତାରିଖରେ ପ୍ରଳୟଙ୍କରୀ ରୂପ ଧାରଣ କରି ଓଡ଼ିଶାରେ ପହଞ୍ଚିଥିଲା ବାତ୍ୟା। ସକାଳ ୧୦ଟା ୩୦ରେ ଓଡ଼ିଶାର ଉପକୂଳ ଜିଲ୍ଲା ଜଗତସିଂହପୁରର ଏରସମା ଓ ବାଲିକୁଦା ଅଞ୍ଚଳରେ ହିଟ୍‌ କରିଥିଲା।

publive-image

ସେତେବେଳକୁ ପବନର ବେଗଥିଲା ୨୪୦ରୁ ୨୬୦ କିଲୋମିଟର। ମହାବାତ୍ୟାରେ ପବନର ବେଗ ଯେତିକି ଭୟଙ୍କର ନଥିଲା, ତା ଠାରୁ ଅଧିକ ଭୟଙ୍କର ଥିଲା ସମୁଦ୍ର। ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଉପକୂଳ ଆଡକୁ ମାଡି ଆସିଥିଲା ୩୦ ଫୁଟ ଉଚ୍ଚର ସମୁଦ୍ର ଜୁଆର। ଝଡ଼ର ତାଣ୍ଡବ, ପବନର ବେଗ, ବର୍ଷା ଓ ସମୁଦ୍ରର ଅଶାନ୍ତ ଜୁଆର ମିଳିତ ଭାବେ ରଚିଥିଲେ ସଂହାର ଲୀଳା। ନିମିଷକ ମଧ୍ୟରେ ମାଟିରେ ମିଶି ଯାଇଥିଲା ଶହଶହ ଘରଦ୍ୱାର। ଲିଭି ଯାଇଥିଲା ଅନେକ ଜୀବନଦୀପ।

Advertisment

publive-image

ଏମିତିକି ଘଣ୍ଟାକୁ ୩୫୦ କିଲୋମିଟର ବେଗରେ ମଧ୍ୟ ବହିଥିଲା ପବନ। ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ପାଖାପାଖି ୩୬ ଘଣ୍ଟା ଯାଏଁ ତାଣ୍ଡବ ରଚିଥିଲା ଏହି ମହାବାତ୍ୟା। ଛାରଖାର କରି ଦେଇଥିଲା ଘରଦ୍ୱାର ଓ ଗାଁଗଣ୍ଡା। ସେଦିନର ମହାବାତ୍ୟାରେ କେନ୍ଦ୍ରାପଡା, ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଜିଲ୍ଳାର ପାଖାପାଖି ଦେଢ଼ ଲକ୍ଷ ଲୋକ ବାସହରା ହୋଇଥିବା ବେଳେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହା ବାଦ କେତେ ଜୀବଜନ୍ତୁ ମଲେ ତାର ହିସାବ ନାହିଁ।

ମହାବାତ୍ୟାରେ ସବୁଠୁ ଅଧିକ କ୍ଷତି ସହିଥିଲା ଜଗତସିଂହପୁର ଜିଲ୍ଲା। ଏହି ଜିଲ୍ଲାର ଏରସମା ବ୍ଲକରେ ମୃତ୍ୟୁର ତାଣ୍ଡବ ରଚିଥିଲା ମହାବାତ୍ୟା। ଚାରିଆଡ଼େ ଦେଖିବାକୁ ମିଳିଥିଲା ପ୍ରଳୟର ପଦଚିହ୍ନ। ବାହୁନି ବାହୁନି ସେଦିନ ଅନେକ କହୁଥିଲେ ଆଖି ଆଗରେ କେମିତି ଭାସି ଯାଇଥିଲେ ଆତ୍ମୀୟ ଓ ପରିବାର ଲୋକେ। ମା’ ଆଗରେ ଚାଲିଗଲା ପୁଅ। ଆଉ ସ୍ୱାମୀ ଆଗରେ  ଭାସିଗଲା ସ୍ତ୍ରୀ। ଯୁଆଡ଼େ ଚାହିଁଲେ ଦେଖିବାକୁ ମିଳିଥିଲା କୁଢ଼ କୁଢ଼ ମୃତଦେହ।  କାହାର ଶବ ଗଛରେ ଝୁଲୁଥିଲା ତ ଆଉ କାହା ଶବ ପାଣିରେ ଭାସୁଥିଲା। ସେଦିନ ମହାବାତ୍ୟାକୁ ଦେଖିଥିବା ଲୋକଙ୍କ ମନରୁ ଆଜି ପର୍ଯ୍ୟନ୍ତ ଲିଭିନି ସେହି ହୃଦୟ ବିଦାରକ ଦୃଶ୍ୟ।

Advertisment

publive-image

୧୯୯୯ ମହାବାତ୍ୟାକୁ ଆଜି ୨୧ ବର୍ଷ ପୁରିଛି। ଦୁଇ ଦଶନ୍ଧି ପରେ ବି ସେଦିନର ଘଟଣା ମନେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ଆଉ ମହାବାତ୍ୟାକୁ ଅନୁଭବ କରିଥିବା ଲୋକେ ଏବେ ବି ଭୁଲିପାରି ନାହାନ୍ତି ପ୍ରକୃତିର ସେହି କରାଳ ରୂପକୁ। କୁହାଯାଉଛି, ନଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶା ଦେଖିଥିଲା ଏମିତି ବଡ଼ ବିପର୍ଯ୍ୟୟ। ଭାଙ୍ଗି ପଡିଥିବା ଲୋକେ ପୁଣି ଥରେ ଦେଖିଛନ୍ତି ଜିଇଁବାର ସୁନେଲି ସ୍ୱପ୍ନ। ମହାବାତ୍ୟାର ଅଭିଜ୍ଞତା ରାଜ୍ୟବାସୀଙ୍କୁ କରାଇଛି ସତର୍କ ଓ ଶିଖାଇଛି ସଂଘର୍ଷ କରି ଜିଇଁବାର କୌଶଳ। ଏବେ ପୁଣି ଅଣ୍ଟା ସଳଖ କରି ଆଗକୁ ଆଗକୁ ମାଡି ଚାଲିଛି ଆମ ରାଜ୍ୟ ଓଡ଼ିଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ