Advertisment

ଆଜିଠୁ ସାରା ରାଜ୍ୟରେ ତାଲାବନ୍ଦ: କୋଭିଡ୍ ନିୟମ ଉଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଲକଡାଉନ। ୧୪ ଦିନିଆ ଲକଡାଉନ୍ ପାଇଁ କମିଶନରେଟ୍ ପୋଲିସର କଡ଼ାକଡ଼ି ବ୍ୟବସ୍ଥା। ଉଭୟ ଭୁବନେଶ୍ୱର ଏବଂ କଟକ ସହରରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ଲକଡାଉନ୍ ସମୟରେ ଭୁବନେଶ୍ୱରରେ ୫୩ଟି…

ଆଜିଠୁ ସାରା ରାଜ୍ୟରେ ତାଲାବନ୍ଦ: କୋଭିଡ୍ ନିୟମ ଉଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

lockdown

Advertisment

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ଲକଡାଉନ। ୧୪ ଦିନିଆ ଲକଡାଉନ୍ ପାଇଁ କମିଶନରେଟ୍ ପୋଲିସର କଡ଼ାକଡ଼ି ବ୍ୟବସ୍ଥା। ଉଭୟ ଭୁବନେଶ୍ୱର ଏବଂ କଟକ ସହରରେ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ଲକଡାଉନ୍ ସମୟରେ ଭୁବନେଶ୍ୱରରେ ୫୩ଟି ଚେକ ପୋଷ୍ଟ କରାଯିବ। ତାସହ ସହରରେ ମୁତୟନ ରହିବେ ୨୦ ପ୍ଲାଟୁନରୁ ଅଧିକ ଫୋର୍ସ। ସେହିପରି ୧୬୦ ଜଣ ଟ୍ରାଫିକ କନେଷ୍ଟବଳ ଏବଂ ୨ ଶହରୁ ଅଧିକ ପୋଲିସ ଅଫିସରଙ୍କୁ ନିଯୁକ୍ତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର।

Advertisment

ସେହିପରି କଟକରେ ୩୩ଟି ଚେକ୍ ପଏଣ୍ଟ କରାଯିବା ସହ ସେଠାରେ ରହିବେ ୧୮ ପ୍ଲାଟୁନ ଫୋର୍ସ ସହ ୯୦ ଜଣ ଅଫିସର। ଲକଡାଉନ୍ ସମୟରେ ଟୁଇନସିଟିରେ ମଧ୍ୟାହ୍ନ ୧୨ ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। କିନ୍ତୁ ବ୍ୟବସାୟୀ ଏବଂ ଖାଉଟୀ ଯେପରି କୋଭିଡ୍ ନିୟମର ଉଲଂଘନ ନକରନ୍ତି, ତାଉପରେ ପୋଲିସ କଡ଼ା ନଜର ରଖିବ ବୋଲି ସିପି କହିଛନ୍ତି। ଲକଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ସେମାନେ ପୋଲିସକୁ କେବଳ ନିଜର ପରିଚୟପତ୍ର ଦେଖାଇବା ସହ ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବେ ବୋଲି କହିଛନ୍ତି ପୋଲିସ କମିଶନର।

କେବଳ ଏତିକି ନୁହେଁ, ଲକଡାଉନ ବେଳେ ଲୋକେ ଥାନାକୁ ନଆସି ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବର କିମ୍ବା IICଙ୍କୁ ଫୋନ୍ କରି ନିଜର କୌଣସି ଅଭିଯୋଗ କରିପାରିବେ। ଫୋନରେ ଅଭିଯୋଗକାରୀଙ୍କଠାରୁ ସବିଶେଷ ତଥ୍ୟ ଆଦାୟ କରାଯିବ। ଏହାପରେ ଯଥାଶୀଘ୍ର ଅଭିଯୋଗକାରୀଙ୍କ ଘରେ ପୋଲିସ ପହଞ୍ଚିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ