Prisoner
ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ପେଶିଆଲ୍ ପାରୋଲରେ ଜେଲରୁ ବାହାରିଲେ ଓଡ଼ିଶାର ୧୨୬ କଏଦୀ । ଏମାନଙ୍କୁ ୯୦ ଦିନିଆ ପାରୋଲରେ ଛଡାଯାଇଛି ବୋଲି ଜେଲ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରକୋପ ପରେ ଜେଲରେ ଥିବା କଏଦୀମାନଙ୍କୁ ପାରୋଲ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି କ୍ରମରେ ଓଡ଼ିଶାର ୪୪୯ ଜଣ କଏଦୀଙ୍କୁ ସ୍ପେଶାଲ ପାରୋଲରେ ଛାଡିବାକୁ ନିଷ୍ପତ୍ତି ହୋଇଛି । ତେବେ ମେ’ ୧୫ ତାରିଖ ସୁଦ୍ଧା ୧୨୬ ଜଣଙ୍କୁ ମୁକ୍ତ କରାଯାଇଥିବା ନେଇ ଜେଲ୍ ଡିଆଇଜି ଶୁଭକାନ୍ତ ମିଶ୍ର ସୂଚନା ଦେଇଛନ୍ତି ।
କରୋନା କାଳରେ ଜେଲରେ ରହିଲେ କଏଦୀଙ୍କ ପାଇଁ ବିପଦ ରହିଛି । ତେଣୁ ତାଙ୍କୁ ତୁରନ୍ତ ଜାମିନ ପ୍ରଦାନ କରାଯିବା ଉଚିତ୍ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଚଳିତ ମାସ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟ ନିଜେ ଏନେଇ ପଦକ୍ଷେପ ନେଇଥିଲେ । ଖୁବ୍ଶୀଘ୍ର ଏଥିପାଇଁ ଏକ କମିଟି ଗଠନ କରାଯାଇ କିଛି ନିର୍ଦ୍ଧିଷ୍ଟ ବର୍ଗର କଏଦୀଙ୍କୁ ତୁରନ୍ତ ଜାମିନ ପ୍ରଦାନ କରିବାକୁ କୁହାଯାଇଥିଲା ।
ତିହାର ଜେଲରେ ଏକାଥରେ ୧୯୦ ଜଣ କଏଦୀ କରୋନା ସଂକ୍ରମଣ ହେବା ସହ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ କଏଦୀଙ୍କୁ ଜାମିନ ପ୍ରଦାନ ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତବର୍ଷ ମଧ୍ୟ ଏହିଭଳି ଏକ ନିଷ୍ପତି ନିଆଯାଇଥିଲା । କିଛି ନିର୍ଦ୍ଧିଷ୍ଟ ନିୟମ କାନୁନ ଅନୁଯାୟୀ କଏଦୀଙ୍କୁ ଜେଲରୁ ବାହାର କରାଯାଇଥିଲା । ଗତ ଥର ମୁକ୍ତ ହୋଇଥିବା ୯୦ ପ୍ରତିଶତ କଏଦୀ ପୁଣି ଜେଲକୁ ଫେରି ଆସିଥିଲେ । ତେଣୁ ଅଧିକାଂଶ ଜେଲରେ କଏଦୀଙ୍କ ସଂଖ୍ୟା ବଢ଼ିଯାଇଥିଲା ।
ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ଼ ଜେଲ ହେଉଛି ତିହାର ଜେଲ । ପ୍ରଥମ ସପ୍ତାହ ସୁଦ୍ଧା ସେଠାରେ ୧୯୦ ଜଣ କଏଦୀ କରୋନା ସଂକ୍ରମିତ ହେବା ସହ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ଖାଲି ସେତିକି ନୁହେଁ ୩୦୪ ଜଣ ଜେଲ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇସାରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Prisoner_1621318436.jpg)