Advertisment

ରାଜଧାନୀରେ ପୁଣି ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୧୫୧ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜଧାନୀରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୫୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ…

ରାଜଧାନୀରେ ପୁଣି ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୧୧୫୧ ଜଣ ପଜିଟିଭ୍

Corona

Advertisment

ଭୁବନେଶ୍ୱର: ରାଜଧାନୀରେ ପୁଣି ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୧୫୧ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୮୪ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୬୭ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ ୮୯୬ ଜଣ ସୁସ୍ଥ ହୋଇଥିବା ମଧ୍ୟ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଏଥର ଭୁବନେଶ୍ୱରସ୍ଥିତ ପୁରୁଣା ସହରରୁ ସର୍ବାଧିକ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଟିଆ ଅଞ୍ଚଳରୁ ୬୪ ଜଣ, ନୟାପଲ୍ଲୀରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରପଡ଼ା, ବରମୁଣ୍ଡା ଓ ଡୁମଡୁମାରୁ ୩୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିଛି । ଭୁବନେଶ୍ୱରରେ ଏବେ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ୬୩ ହଜାର ୬୪୯ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୫୧ ଜହାର ୦୫୬ ଜଣ ।

Advertisment

ଗତକାଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଗତକାଲି ଭିଏସ୍‌ଏସ୍‌ ନଗରରୁ ୭, ବିବେକାନନ୍ଦ ମାର୍ଗରୁ ୪, ବାଣୀବିହାରରୁ ୪, ୟୁନିଟ୍‌-୯ରୁ ୮, ୟୁନିଟ୍‌-୩ରୁ ୧୧, ୟୁନିଟ୍‌-୪ରୁ ୮, ୟୁନିଟ୍‌-୬ରୁ ୧୭, ୟୁନିଟ୍‌-୭ରୁ ୨, ୟୁନିଟ୍‌-୮ରୁ ୬, ସାଲିଆ ସାହିରୁ ୩, ଶୈଳଶ୍ରୀ ବିହାରରୁ ୧୪, ସୁନ୍ଦରପଡ଼ାରୁ ୪, ସୂର୍ଯ୍ୟନଗରରୁ ୨, ଟଙ୍କପାଣି ରୋଡ୍‌ରୁ ୭, ପଟିଆରୁ ୨୩, ପାତ୍ରପଡ଼ାରୁ ୧୧, ପୋଖରୀପୁଟରୁ ୧୦, ପ୍ରଶାନ୍ତୀ ବିହାରରୁ ୭, ରସୁଲଗଡ଼ରୁ ୨୧, ସହିଦ ନଗରରୁ ୧୨, ସୌଭାଗ୍ୟ ନଗରରୁ ୩, ଶିଶୁପାଳଗଡ଼ରୁ ୬, ଶିରିପୁରରୁ ୫, ଶ୍ୟାମପୁରରୁ ୪, ଶାସ୍ତ୍ରୀ ନଗରରୁ ୭ ଓ ସତ୍ୟନଗରରୁ ୬ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଓଡ଼ିଶାରେ ଆଜି ମଧ୍ୟ ୧୦ ହଜାର ପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୧୦,୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ୮୧୯ ଓ କଟକରୁ ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୩୫୭କୁ ବୃଦ୍ଧି ପାଇଛି ।

Advertisment

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫,୭୭୯ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୪,୫୪୨ ରହିଛି ।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୩,୩୦୨ରେ ପହଞ୍ଚିଛି । ସେହିପରି ଆକ୍ଟିଭ୍‌ କେସ୍‌-୧,୦୪,୫୩୯ ଥିବାବେଳେ ୫,୨୬,୩୫୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ