corona testing
ଭୁବନେଶ୍ୱର: ଓଡ଼ିଶାରେ ଆଜି ବି ୧୧ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୧୨,୮୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୧, ୦୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। କଟକରୁ ସର୍ବାଧିକ ୧,୧୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୧୦୧୦ ଓ ସୁନ୍ଦରଗଡ଼ରୁ ୭୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୧,୯୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୬,୧୯୩ ଓ ଲୋକାଲ୍ କଣ୍ଟାକ୍ଟସ୍ ୪,୮୬୬ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୩,୪୪୧ରେ ପହଞ୍ଚିଛି। ସେହିପରି ଆକ୍ଟିଭ୍ କେସ୍-୧,୧୧,୨୬୨ ଥିବାବେଳେ ୫,୮୯,୬୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷେ, ଆଜିଠୁ ରାଜ୍ୟବ୍ୟାପୀ ଗ୍ରାମାଞ୍ଚଳରେ ହେବ ଡୋର ଟୁ ଡୋର କରୋନା ସର୍ଭେ। ଅଗଷ୍ଟ ୨୩ ପର୍ଯ୍ୟନ୍ତ ଦୀର୍ଘ ୨ ମାସ ଧରି ଘର ଘର ବୁଲି ସ୍ୱା ସ୍ଥ୍ୟାବସ୍ଥା ଯାଞ୍ଚ କରିବେ ଅଙ୍ଗନବାଡ଼ି ଓ ଆଶା କର୍ମୀ। ଘର ଘର ବୁଲି ଜ୍ୱର ପରୀକ୍ଷା କରିବେ, କୋଭିଡ୍ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ଚିହ୍ନଟ କରିବେ। ଦରକାର ପଡିଲେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରିବେ। ଏଥିସହ କୋଭିଡ୍ ନିୟମ ପାଳନ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଅଙ୍ଗନବାଡ଼ି ଓ ଅାଶା କର୍ମୀଙ୍କୁ ଏଥିରେ ସହଯୋଗ କରିବା ଲାଗି ରାଜ୍ୟବାସୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିବେଦନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-testing-2_1626241502.jpg)