Advertisment

ଆଜି ବି ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ; କେବଳ ଖୋର୍ଦ୍ଧାରୁ ବାହାରିଲେ ୧,୫୬୬ ପଜିଟିଭ୍‌

୨୪ ଘଣ୍ଟାରେ ରାଜ୍ୟରେ ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ଓ ୨୨ ଜଣଙ୍କ ମୃତ୍ୟୁ ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଆକ୍ରାନ୍ତ ଚିହ୍ନଟ BMC ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଘର ଯିବ ଟିମ୍ ଭୁବନେଶ୍ୱର: ଓଡ଼ିଶାରେ ଆଜି…

ଅଦ୍ୟତନ ହୋଇଛି
ଆଜି ବି ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ; କେବଳ ଖୋର୍ଦ୍ଧାରୁ ବାହାରିଲେ ୧,୫୬୬ ପଜିଟିଭ୍‌

corona testing

Advertisment
  • ୨୪ ଘଣ୍ଟାରେ ରାଜ୍ୟରେ ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ଓ ୨୨ ଜଣଙ୍କ ମୃତ୍ୟୁ
  • ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଆକ୍ରାନ୍ତ ଚିହ୍ନଟ
  • BMC ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଘର ଯିବ ଟିମ୍
Advertisment

ଭୁବନେଶ୍ୱର: ଓଡ଼ିଶାରେ ଆଜି ବି ୧୦ ହଜାର ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୧୦,୭୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦, ୩୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧,୫୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ୮୧୯ ଓ କଟକରୁ ୭୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୨୨ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୩୫୭କୁ ବୃଦ୍ଧି ପାଇଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫,୭୭୯ ଓ ଲୋକାଲ୍‌ କଣ୍ଟାକ୍ଟସ୍ ୪,୫୪୨ ରହିଛି।‌ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୩୩,୩୦୨ରେ ପହଞ୍ଚିଛି। ସେହିପରି ଆକ୍ଟିଭ୍‌ କେସ୍‌-୧,୦୪,୫୩୯ ଥିବାବେଳେ ୫,୨୬,୩୫୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

publive-image

Advertisment

ବରିଷ୍ଠ ନାଗରିକଙ୍କ ଟିକାକରଣ ଏବଂ କରୋନା ଟେଷ୍ଟିଂ ପାଇଁ ଡୋର୍ ଷ୍ଟେପ୍ ବ୍ୟବସ୍ଥା ପରେ ଏବେ ଗର୍ଭବତୀଙ୍କ ଲାଗି ବି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ(BMC)। BMC ଅଞ୍ଚଳରେ ଗର୍ଭବତୀଙ୍କର କୋଭିଡ୍ ଟେଷ୍ଟ ଲାଗି ଘରକୁ ଘର ଯିବ ଟିମ୍। ଘରକୁ ଯାଇ କୋଭିଡ୍‌ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯିବ। ଏଥିପାଇଁ 1929କୁ ଫୋନ୍ କରିପାରିବେ ଗର୍ଭବତୀ କିମ୍ବା ତାଙ୍କ ସମ୍ପର୍କୀୟ। ଏନେଇ ଟ୍ୱିଟ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ।

Corona In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ